ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ରାଛୋଗଡିଆରେ କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ଅମଳ ଓ ଚୋପା ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶିତ କରିବା ସହିତ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ମାଣ୍ଡିଆ ଚାଷୀ କମ୍ ସମୟ ମଧ୍ୟରେ ଏହି ଯନ୍ତ୍ର ବ୍ୟବହାର ମାଧ୍ୟମରେ କିପରି ଅମଳ କରିପାରିବେ ଏହି ବିଷୟରେ ମଧ୍ୟ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତି, କୃଷି ଯାନ୍ତ୍ରୀ କରଣ ବୈଜ୍ଞାନିକ ଡ଼. ବିଜୟଲକ୍ଷ୍ମୀ ମହନ୍ତ, ଏଡିଆଇର ବ୍ଲକ ସଂଯୋଜକ ପର୍ଶୁରାମ ସାହୁ, ସହସଂଯୋଜକ ସାରଦା ପ୍ରସନ୍ନ ସାହୁ, ଏଫିଓ ଆସ୍ଥାଶ୍ରୀ ଜଗନ୍ନାଥ, ସିଇଓ ଅପୂର୍ବ ରଞ୍ଜନ ରାଉତ୍, ସିଆରପି ବନମାଳୀ ବାରିକ୍, ସୁଶାନ୍ତ ଜେନା, ଜ୍ୟୋତିରଞ୍ଜନ ରାଉତ୍, ପ୍ରମୋଦ ପାଣିଗ୍ରାହୀ,ମୁଖ୍ୟ ସିଆରପି ସତ୍ୟବ୍ରତ ସିଂ ଉପସ୍ଥିତ ଥିଲେ । ଏହି ଅବସରରେ ରାଛୋଗଡିଆର ମାଣ୍ଡିଆ ଚାଷୀ ନାରାୟଣ ଦାସ ଓ ଗଣିଜାଙ୍ଗ( ହାସିନପୁର) ମାଣ୍ଡିଆ ଚାଷୀ ରଞ୍ଜନ କୁମାର ସାହୁଙ୍କ ପ୍ରାୟ ୨ କୁଇଣ୍ଟାଲ ମାଣ୍ଡିଆ ଏହି ଯନ୍ତ୍ର ମାଧ୍ୟମରେ ଅମଳ କରାଯାଇଥିଲା । ଭୀମସେନ୍ ମାଝୀ, ପରେଶ୍ ଚନ୍ଦ୍ର ସାହୁ, ସୁଦର୍ଶନ ମାଝୀ, ପୁଷ୍ପଲତା ଦାସ, ଅଚ୍ୟୁତା ନନ୍ଦ ସେଠୀ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।

