Winter 300x169

ପ୍ରବଳ ଥଣ୍ଡା : ଘୁ ଉଦୟଗିରିରେ ତାପାମାତ୍ରା ୫.୪ ଡିଗ୍ରି ରେକର୍ଡ

ରାଜ୍ୟ

ଜି ଉଦୟଗିରି : ଗୋଟିଏ ସପ୍ତାହର ବ୍ୟବଧାନ ‌ପରେ ପୁଣି ଥରେ ଶୀତ ଫେରିଛି। ବିଗତ ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବଣ, ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳରେ ଲୋକେ ଶୀତରେ ତ୍ରାହିତ୍ରାହି ଡାକୁଛନ୍ତି। ଗ୍ରାମାଞ୍ଚଳର ଲୋକେ ଶୀତ କାରଣରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହାରି ମଧ୍ୟରେ ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିରେ ‘ଶୀତ’ର ରାଜୁତି ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଏଠାରେ ତାପମାତ୍ରା ୨ଡିଗ୍ରି ହ୍ରାସ ପାଇଛି। ଜି ଉଦୟଗିରିରେ ପାରଦ ଖସି ୫.୪ ଡିଗ୍ରିରେ ପହଞ୍ଚିଛି। ଏହି କାରଣରୁ ଲୋକେ ଜାଡ଼ରେ ଥରୁଛନ୍ତି। ପାରଦ ଖସବା ସହ ଥଣ୍ଡା ପବନ ବହିବା ଯୋଗୁଁ ହାତଗୋଡ଼ କାଲ ମାରୁଛି। ତଣେୁ ଲୋକେ ଥଣ୍ଡାରେ ଲୋକେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି।
ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଜି. ଉଦୟଗିରି ରେକର୍ଡ କରିଛି। ଏଠାରେ ଗତକାଲି ତାପମାତ୍ରା ୭.୪ ଡିଗ୍ରି ଥିବା ବେଳେ ଆଜି ଏହା ୫.୪ ରେକର୍ଡ ହୋଇଛି। ପାରଦ ତଳମୁଁହା ହେବା ସହ ଜାଡ଼ ଆରମ୍ଭ ହୋଇଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ସଞ୍ଜ ନଇଁଲେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି।ଆଖୂପାଖ ଅଞ୍ଚଳରୁ ସହରକୁ ଆସୁଥିବା ଲୋକ ସନ୍ଧ୍ୟା ପୂର୍ବରୁ ନିଜ ନିଜ ଗାଁ କୁ ଫେରିଯାଉଛନ୍ତି ଥଣ୍ଡା ଯୋଗୁଁ। ସଞ୍ଜ ହେଲେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାହି ଗଳିକନ୍ଦିରେ ଲୋକ ସ୍ଥାନେସ୍ଥାନେ ନିଆଁ ଜାଳି ବସି ରହୁଛନ୍ତି।
ପାରଦ ଖସିବା ସହ ଥଣ୍ଡା ପବନ ପ୍ରବାହିତ ହେବା ଯୋଗୁଁ ଥଣ୍ଡାର ପ୍ରକୋପ ଲୋକଙ୍କୁ ବାଧୁଛି। ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଥଣ୍ଡା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଛି। ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହେବା ପରେ ସ୍ଥାନୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଛୁଟି ଦିନରେ ବଣ ଭୋଜି ପାଇଁ ମଧ୍ୟ ପ୍ରବଳ ଭିଡ଼ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଦେଖିବାକୁ ମିଳୁଛି। ହେଲେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ସେଇଭଳି କିଛି ଆଖି ଦୃଶିଆ ବିକାଶ ହୋଇନଥିବା ଯୋଗୁଁ ସାଧାରଣରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଦାବି ହୋଇଛି।

Shrutilipi ad