Img 20251126 wa0213

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର  ତ୍ରୀଦିଵସୀୟ  ବାର୍ଷିକ କ୍ରୀଡାଉତ୍ସଵ ଶୁଭ ଉଦ୍ଘାଟନ

ରାଜ୍ୟ
ବାରିପଦା :  ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାର  ଯୋଜନା ଅନୁସାରେ ଚଳିତ ବର୍ଷ   ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ  ସ୍ଥାନୀୟ ଭରଣ୍ଡିଆ ଖେଳପଡିଆ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁଭ ଉଦଘାଟିତ  ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ତା ୨୮/୧୧/୨୫ ରିଖ ପଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ  ଜାତୀୟ ସ୍ତରୟ ଫୁଟବଲ ଖେଳାଳୀ ତଥା  ଶିକ୍ଷକ  ଧର୍ମପଦ ମହାନ୍ତ , ରାଇରଙ୍ଗପୁର ପୌର ପରିଷଦ ର ୧୦ ନମ୍ବର ୱାର୍ଡର କାଉନସିଲର ଆଲୋକ ରଞ୍ଜନ ମହାନ୍ତ ,  ଭାରଣ୍ଡିଆ ର ବିଶିଷ୍ଟ ସମାଜସେବୀ  ସୁବୋଧ କୁମାର ହେମ୍ବ୍ରମଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ  ଉଦ୍ଘାଟନ କରାଯାଇଛି । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ବାରିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଦୌଡ ଖେଳ ର ପ୍ରମୁଖ ଭାବେ ବିଦ୍ୟାଳୟ ର ଖେଳ ପ୍ରମୁଖ ଆଚାର୍ଯ୍ୟ ମଙ୍ଗୁଲୁ ବେହେରା , ଫିଙ୍ଗା ଖେଳ ର ପ୍ରମୁଖ ଆଚାର୍ଯ୍ୟl ସାବିତ୍ରୀ ମିଶ୍ର ,ଆଚାର୍ଯ୍ୟ ଯତୀନ୍ଦ୍ର ବେହେରା ଓ ଡିଆଁ ଖେଳ ରେ ପ୍ରମୁଖ ଭାବେ ଆଚାର୍ଯ୍ୟ ଦୀପଙ୍କର ବର୍ମା, ସରୋଜ ମହାନ୍ତ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟ ର ଆଚାର୍ଯ୍ୟl ମହାନ୍ତ ବବିତା କୈଲିୟାର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟl ଖେଳ ପରିଚାଳନା ରେ ସହଯୋଗ କରିଥିଲେ  ।ଅତିଥି ଗଣ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀତା ମୂଳକ ମନୋଭାବ ଏବଂ ଶୃଙ୍ଖଳାର ସହ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।
Shrutilipi ad