Img 20251127 wa0242

ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ : ଦର୍ଶକଙ୍କ ମନମୋହିଲା ରାଉରକେଲାର ନାଟକ “ଜନ୍ମମାଟି”

ରାଜ୍ୟ
ବାରିପଦା  :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ସମ୍ପର୍କ, ରାଉରକେଲାର ନାଟକ “ଜନ୍ମମାଟି” ମଞ୍ଚସ୍ଥ ହୋଇଯାଇଛି । ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ରଚିତ ତଥା ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକରେ ଭାସ୍କର ଚନ୍ଦ୍ର ମହାପାତ୍ର, ବିଜୟ କୁମାର ପାତ୍ର, ଶୁଭେନ୍ଦୁ ପାଢ଼ୀ, ବିବେକାନନ୍ଦ ଦାଶ, ପ୍ରଳୟ ଶତପଥି, ସୁଦେଷ୍ଣIରାଣୀ ରାଉତ, ପୁଷ୍ପଲତା ବିଶୋଇ, ସସ୍ମିତା ବେକ, ଶ୍ରେୟାଶ୍ରୀ, ଶୁଭଶ୍ରୀ, ପ୍ରତିଥି ଓ କଲ୍ୟାଣୀ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଶକ୍ତିପ୍ରସାଦ ମିଶ୍ର, ଆଲୋକରେ ରାଜେଶ ଶତପଥି, ମଞ୍ଚସଜ୍ଜାରେ ପ୍ରଳୟ ଶତପଥି ଓ ରୂପସଜ୍ଜାରେ ପ୍ରସନ୍ନ ଶତପଥି ସହଯୋଗ କରିଥିଲେ ।
Img 20251127 wa0244
ନାଟକରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆଜି ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ନାଟ୍ୟ ସଂଘର ସମ୍ପାଦକ ସୁଧାଂଶୁ ଦ୍ବିବେଦୀ ଯୋଗଦେଇ  ନାଟକ ମଣିଷ ଜୀବନକୁ ବେଶ ପ୍ରଭାବିତ କରିଥାଏ ବୋଲି ପ୍ରକାଶ କରିବା ସହ ମହୋତ୍ସବର ଆୟୋଜନ କରିଥିବା ରୂପାନ୍ତର ଅନୁଷ୍ଠାନର ପ୍ରଶଂସା କରିଥିଲେ । ଏହି ଅବସରରେ ବର୍ଷୀୟାନ ଅଭିନେତା ଅସିତ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଓ ନାଟ୍ୟ ସମ୍ପାଦକ ସତ୍ୟନାରାୟଣ ଦାସ ଉପସ୍ଥିତ ରହି ୬ଦିନ ଧରି ଅନୁଷ୍ଠିତ ନାଟକ ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ମନୋଜ ଜେନା, ଅପୂର୍ବା ସାହୁ ଓ ଶୁଭେନ୍ଦୁ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଦିନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ନାଟକ ମହୋତ୍ସବକୁ ସଫଳ କରିଥିବା ସମସ୍ତ ନାଟ୍ୟସଂସ୍ଥା ଓ ଦର୍ଶକଙ୍କୁ ଅନୁଷ୍ଠାନର ନିର୍ଦ୍ଦେଶକ ପରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Shrutilipi ad