ବାରିପଦା : ଆଜି ଗୁରୁବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲା ସମ୍ବନ୍ଧୀୟ ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି ପୁର୍ଣିମା ଜେନା ଅଭିଯୁକ୍ତ ବାଲେଶ୍ଵର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ବୋଇଞ୍ଚା ନାରାୟଣପୁର ଗ୍ରାମର ଗୌରହରି ପାତ୍ର କୁ ଦୁର୍ନୀତି ନିବାରଣ ଆଇନ 409 ଅନୁଯାୟୀ ସର୍ବାଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ କୋଡିଏ ହଜାର ଟଙ୍କା ଜିରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ଅନ୍ୟାନ୍ୟ ଦଫାରେ ଆଠ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଚାଳିଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।
ସେହିପରି ସମୁଦାୟ ଏଗାର ବର୍ଷ ସଶ୍ରମ କାରାଦଣ୍ଡ ସମେତ ଷାଠିଏ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ନଅ ମାସ ସଶ୍ରମ କରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମାମଲାର ବିବରାଣୀରୁ ପ୍ରକାଶ ଯେ ଅଭିଯୁକ୍ତ ଗୌରହରି ପାତ୍ର 2001 ରୁ ସୁବନ୍ନରେଖା ଇରିଗେସନ ବାରିପଦା ସର୍କଲ ରେ ଜୁନିଅର କିରାଣୀ କମ ଡେସପଚର ଭାବେ ଚାକିରୀ କରୁଥିଲେ । 1-1-2009 ରୁ 31-3-2010 ଭିତରେ ଗୌରହରି ପାତ୍ର ସି ଏବଂ ଡି କ୍ଲାସ କଣ୍ଟ୍ରକ୍ଟର ମାନଙ୍କର ଲାଇସେନ୍ସ ରିନୁଆଲ ପାଇଁ ଡିପୋଜିଟ ଟଙ୍କା କୁ ବ୍ୟାଙ୍କ ରେ ଜମା ନକରି ଜାଲି ବ୍ୟାଙ୍କ ଅଫିସର ଙ୍କ ଷ୍ଟାମ୍ପ ଏବଂ ଜାଲି ଟ୍ରେଜେରି ଚାଲାଣ କରି ମୋଟ 5,93,000 ଟଙ୍କା ଆତ୍ମସାତ କରିଥିଲେ । ଏ ବବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 44/26-9-2011 ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ସମସ୍ତ ଆବଶ୍ୟକ ପ୍ରମାଣପତ୍ର ଏବଂ ସମୁଦାୟ 25 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପି ପି ଶାନ୍ତନୁ କୁମାର ଦାସ ଏବଂ ଆଡିସନାଲ କମ ସ୍ପେଶାଲ ପି ପି ଦୀପକ କୁମାର ସେଠି ପରିଚାଳନା କରୁଥିଲେ ।

