Photo for the news of sp

ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ମହିଳା

ରାଜ୍ୟ

ବନ୍ତ/ଆଗରପଡ଼ା : ନାରୀର ସୁରକ୍ଷା ଓ ନାରୀ ଶକ୍ତିର ପ୍ରଗତୀ ପାଇଁ ସରକାର ବିଭିନ୍ନ ନୀତିନିୟମ ପ୍ରଣୟନ କରୁଛନ୍ତି । ମାତ୍ର ଅଧିକାଂଶ କ୍ଷେତ୍ରରେ ସରକାରୀ ବାବୁ ମାନଙ୍କର କୋହଳ ମନୋଭାବ ଯୋଗୁଁ ନାରୀ ମାନେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚଚିତ ହୋଇଥିବାର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ସାହାରାଗଡ଼ିଆ ଗ୍ରାମର ସ୍ୱର୍ଗତ ଅଜୟ ଜେନାଙ୍କ ପତ୍ନୀ କୁନି ଜେନା ଙ୍କ କ୍ଷେତ୍ରରେ । ସେ ଗତ ୨୦୧୮ ମସିହାରେ ନିଜ ସୁନାଗହଣା ନିଜ ଗାଁର ଜନୈକ ବ୍ୟକ୍ତିଙ୍କ ନିକଟରେ ବନ୍ଧକ ରଖି ଏକଲକ୍ଷ ସୁଧ ଆକାରରେ ଆଣିଥିଲେ ।

ଗତ ୨୦୨୨ ମସିହାରେ କୁନି ମୂଳ ଏବଂ ସୁଧ ଟଙ୍କା ଫେରାଇ ନିଜର ସୁନା ଗହଣା ମୁକୁଳାଇବାକୁ ଧାର ଦେଇଥିବା ଲୋକଙ୍କ ନିକଟକୁ ଯାଇଥିଲେ କିନ୍ତୁ ସେ ଅଧିକ ଟଙ୍କା ଦାବୀି କରି କୁନୀଙ୍କୁ ତାଙ୍କ ସୁନାଗହଣା ଫେରାଇ ନଥିଲେ । ବିଧବା କୁନି ନିରାଶ ହୋଇ ବନ୍ତ ଥାନାରେ ନ୍ୟାୟ ପାଇଁ ବହୁବାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ୍ କୌଣସି ପଦକ୍ଷେପ ନେଇ ନଥିଲା ବୋଲି ଅଭିଯୋଗ ହୋଇଛି । ଫଳରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ କୁନି ନ୍ୟାୟ ଭିକ୍ଷା କରିଥିବାର ଜଣାପଡ଼ିଛି ।

Shrutilipi ad