ବନ୍ତ/ଆଗରପଡ଼ା,୨୬/୧୧ : ବନ୍ତ ଥାନା ପକ୍ଷରୁ ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି । ସନ୍ଧ୍ୟା ସମୟରେ ଥାନା ଅଂଚଳରେ ପୋଲିସ୍ କଡ଼ାକଡ଼ି ତନଖି ପ୍ରକ୍ରିୟା କରିବା ସହ ଏକାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ କାରୀଙ୍କୁ ଥାନାକୁ ଡ଼କାଇ ସେମାନଙ୍କର କାଗଜପତ୍ର ଯାଂଚ କରିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ବଙ୍ଗଳାଦେଶୀ ଚିହ୍ନଟ ପ୍ରକ୍ରିୟାକୁ ବ୍ୟାପକ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଏହାକୁ ତୀବ୍ରତର କରାଯାଇଛି । ଏହି ପରିପ୍ରେକ୍ଷୀରେ ବନ୍ତ ଥାନା ଅଂଚଳରେ ରହି ଦୀର୍ଘ ଦିନ ଧରି ଫେରି ବେପାର କରିଆସୁଥିବା ଅନୁପ୍ରବେଶ କାରୀଙ୍କୁ ଥାନାକୁ ଡ଼କାଇ ସେମାନଙ୍କର ପରିଚୟପତ୍ର ସହ ସମସ୍ତ ପ୍ରମାଣ ପତ୍ର ଯାଞ୍ଚଚ କରିଛି ବନ୍ତ ପୋଲିସ୍ ।

