ବାରିପଦା : ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ବନ୍ଦେ ମାତରଂ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ସହ ଆତ୍ମ ନିର୍ଭର ଭାରତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାକ୍ତନ ଵିଜେପି ନଗର ସଭାପତି ସେବା ନିବୃତ ଶିକ୍ଷକ ସୁରଥ ପଟନାୟକ ସଭାପତିତ୍ବ କରିବା ସହ ମଂଚର ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ସମ୍ମିଳିତ ଅତିଥି ବିଧାୟକ ଜଲେନ ନାଏକ,ପ୍ରାକ୍ତନ ବିଜେପି ରାଜ୍ୟ ବିଜେପି ସଂପାଦକ ନବୀନ ରାମ,, ବିଜେପି ଜିଲ୍ଲା ସଂପାଦକ ମନୋଜ ଦାସ,ଯଶିପୁରନିର୍ଵାଚନ ମଣ୍ଡଳୀର ବିଶିଷ୍ଟ ଯୁବ ବିଜେପି ନେତା ବିପିନ ବିହାରୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ବଙ୍କିମ ଚନ୍ଦ୍ର ଚଟୋପାଧ୍ଯାୟ ଙ୍କ ଲିଖିତ ବନ୍ଦେ ମାତରଂ ସ୍ଳୋଗାନ ଦେଇଥିଲେ । ବନ୍ଦେ ମାତରଂ ସଂଗୀତ ସ୍ଵାଧୀନତା ସଂଗ୍ରାମୀରେ କେବଳ ଯେ ଗୋଟିଏ ଗୀତ ନ ଥିଲା ବରଂ ସୁପ୍ତ କୁ ଜାଗ୍ରତ କରିବା ସହ ସାତ ସିଂହର ବଳ ଯୋଗାଇବା ଭଳି ଏକ ମନ୍ତ୍ର ଥିଲା । ଏହି ମନଛୁଆଁ ଦେଶାତ୍ମ ସଂଗୀତ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସମସ୍ତଙ୍କୁ ଛୁଇଁଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ନବ ଚରଣ ମାଝୀ କହିଥିଲେ ଭାରତ ବର୍ଷ ଏକ ବିଶ୍ବର ସବୁଠାରୁ ଜନବହୁଳ ରାଷ୍ଟ୍ର ।ସରକାରଙ୍କ ପାଖରେ ଦେଢ଼ଶହ କୋଟି ଲୋକଙ୍କ ପାଇଁ ସରକାରୀ ଚାକିରୀରେ ବ୍ୟବସ୍ଥା ନାହିଁ ।ତେଣୁ ସମସ୍ତଙ୍କୁ ଦକ୍ଷତା ହୋଇ ଆତ୍ମ ନିର୍ଭରଶୀଳ ହେବାକୁ ପଡିବ ।
ଯେ କୌଣସି ବିଭାଗରେ ଦକ୍ଷତା ହାସଲ କରି କିଛି ନା କିଛି ଉଦ୍ଯୋଗ, କୃଷି,ଶିଳ୍ପ,ବିଦ୍ୟୁତ,ଶିକ୍ଷା ,କୁଟୀର ଶିଳ୍ପ ,ନିର୍ମାଣ ବିଭାଗ ରେ କିଛି ତାଲିମ ନେଇ ନିଜେ କିଛି କରି ନିଜ ଗୋଡ଼ରେ ଛିଡ଼ା ହେବାକୁ ପଡିବ ।ସମସ୍ତଙ୍କୁ ମାନସିକ ସ୍ତରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରସ୍ତୁତ ହେବା ସହ କାର୍ଯ୍ୟ କରିବା ଉଚିତ ।ସେହିଭଳି ନଵୀନ ରାମ,ବିଧାୟକ ଜଲେନ ନାଏକ ଙ୍କ ସମେତ ଅନ୍ଯମାନେ ଆତ୍ମ ନିର୍ଭର ଭାରତ ପାଇଁ ଆମ ସମସ୍ତଙ୍କର ଭୂମିକା ଗୁରୁତ୍ବପୁର୍ଣ ବୋଲି କହିଥିଲେ ।ଯିଏ ଯେଉଁ କ୍ଷେତ୍ରରଜ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼ିବ ।ନିଜେ ଆର୍ଥିକ ସଶକ୍ରତ ହେଲେ ପରିବାରର ଆର୍ଥିକ ସ୍ବଛ ଅବସ୍ଥା ବଢିବ ଏବଂ ଦେଶର ଅର୍ଥନୀତି ଆଗକୁ ବଢିବ ।କାର୍ଯ୍ୟକ୍ରମରେ ବିଜେପି ନେତୃବୃନ୍ଦ,ମଣ୍ଡଳ ନେତୃଵୃନ୍ଦ,ସକ୍ରିୟ କର୍ମୀ,ବିଜେପି ମହିଳା,ଯୁବ,ଛାତ୍ର କୃଷକ,ଶ୍ରମିକ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ । ସେହିପରି ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିରରେ ଧ୍ବଜାରୋହଣ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ମହତାବ ଭବନ ନିକଟରେ ହିନ୍ଦୁ ସନାତନୀ, ସଵୁଵର୍ଗ, ବିଜେପି, ଆଧ୍ଯାତ୍ମବାଦୀଙ୍କ ଦ୍ଵାରା ଆଜି ଭବ୍ୟ ଧ୍ଵଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଅଯୋଧ୍ୟାରେ ରାମ ମନ୍ଦିର ଧ୍ବଜାରୋହଣ ଅର୍ଥାତ୍ ରାମ ମନ୍ଦିର ନିର୍ମାଣ ଶେଷ କାର୍ଯ୍ୟକ୍ରମକୁ ସମଗ୍ର ଭାରତବର୍ଷ ସମେତ ସମଗ୍ର ବିଶ୍ବର ସନାତନୀମାନେ ଅପେକ୍ଷା କରିଥିଲା ।
ଦିର୍ଘ ୫୦୦ ବର୍ଷର ସଂଗ୍ରାମ, ଵଳିଦାନ ସହଜଡିତ ଏହି ରାମ ମନ୍ଦିର । ଆଜି ପୂର୍ବାହ୍ନ ୧୧ ଟା ୫୮ ମିନିଟରୁ ୧୨.୩୦ ମଧ୍ୟରେ ଏହି ଧ୍ବଜାରୋହଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୋହନ ଭାଗବତ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।ଆଜିର ଏହିଭଵ୍ଯ କାର୍ଯକ୍ରମରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ , ବିଧାୟକ ଜଲେନ ନାଏକ, ପ୍ରାକ୍ତନ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ମୟୂରଭଂଜ ସାଂସଦ ପ୍ରତିନିଧି ମନୋଜ ମହାନ୍ତ, ବିକାଶ ମହାନ୍ତ, ଶିବୁ ଅଗ୍ରଓ୍ଵାଲ,ସୁରଥ ପଟନାୟକ, ଅଶୋକ ମହାନ୍ତ, ଶଶାଙ୍କ ଙ୍କ ସମେତ ବହୁ ନେତୃବୃନ୍ଦ, ଆଧ୍ଯାତ୍ମପ୍ରେମୀ , ସନାତନୀ, ରାଜଭକ୍ତ ମାନେ ଯୋଗଦେଇଥିଲେ l ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ମହାନ ସ୍ଵାଧୀନତା ସଂଗ୍ରାମୀ ଶାହା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ନେତୃଵୃନ୍ଦ,ସନାତନୀ,ରାମଭକ୍ତ,ଶ୍ରଦ୍ ଧାଳୁମାନେ ବିଶାଳ ସୁସଜ୍ଜିତ ଶ୍ରୀରାମଙ୍କ ଫଟୋଚିତ୍ର ପାଖରେ ପାଦପଦ୍ମରେ ପ୍ରଣତି ଜଣାଇଥିଲେ ।ପୂଜକ ସମସ୍ତଙ୍କ ମଥାରେ ତିଳକ ଲଗାଇଥିଲେ ।ପରେ ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଆଶୀର୍ଵାଦ ଭିକ୍ଷା କରିଥିଲେ ।ପରେ ଭଜନ କାର୍ଯ୍ୟକ୍ରମ ପରିଵେଷଣ ହୋଇଥିଲା ।

