ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଡିସେମ୍ବର ୧ ଓ ୨ ତାରିଖରେ 

ରାଜ୍ୟ
ବାରିପଦା  :   ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ସହଯୋଗରେ ଡିସେମ୍ବର ୧ ଓ ୨ ତାରିଖରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି | ୧ ସେପ୍ଟେମ୍ବର ୨୦୨୫ ସୁଦ୍ଧା ବୟସ ୧୫ ରୁ ୨୯ ବର୍ଷ ହୋଇଥିବା ଉଭୟ ଯୁବକ ଓ ଯୁବତୀ ମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ଜଣାଇଛନ୍ତି | ଏହି ଅବସରରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଗଳ୍ପ ଲିଖନ, ଚିତ୍ରାଙ୍କନ, ଲୋକଗୀତ, ଲୋକନୃତ୍ୟ, କବିତା ଲିଖନ ପ୍ରତିଯୋଗିତା ସହ ବିଜ୍ଞାନ ମେଳା ଅନୁଷ୍ଠିତ ହେବ | ଜଣେ କେବଳ ଗୋଟିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ | ତତସହିତ ଦଳଗତ ପ୍ରତିଯୋଗିତା ମଧ୍ୟ ରହିଛି | ଇଛୁକ ପ୍ରତିଯୋଗୀ ମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିଜନିଜର ନାମ ପଞ୍ଜିକରଣ କରିପାରିବେ | ସବିଶେଷ ବିବରଣୀ ପାଇଁ ବାରିପଦା ସବ ଡିଭିଜନ – ୯୫୫୬୦୩୮୩୯୪, କରଞ୍ଜିଆ – ୮୯୧୭୬୪୬୩୮୦, କପ୍ତିପଦା – ୯୫୮୩୬୦୮୫୫୫ ଏବଂ ରାଇରଙ୍ଗପୁର – ୯୦୭୮୯୪୬୦୬୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି କ୍ରୀଡା ଅଧିକାରୀ ଶ୍ରୀ ନାୟକ ଜଣାଇଛନ୍ତି |
Shrutilipi ad