ବାରିପଦା : ଆଜି ମଙ୍ଗଳବାର ଏକ ପାରିବାରିକ ଗଣ୍ଡଗୋଳ ଏବଂ ଆତ୍ମହତ୍ୟା ମାମଲାର ବିଚାରକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ସ୍ୱାମୀ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ପ୍ରଧାନ ସୋରନ (40) କୁ ଦଫା 498(A ) ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପ୍ରଧାନ ସୋରେନ 2005 ମସିହାରେ ବଡ଼ଡାକଇ ଗ୍ରାମର ସୁହାଗି ହେମ୍ବ୍ରମ ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ l ବିବାହର କିଛିଦିନ ପରେ ସ୍ତ୍ରୀ ସୁହାଗି ଙ୍କୁ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ l ଗତ 26-8-2018 ରିଖ ଦିନ ପରିବାର ର ସମସ୍ତ ସଦସ୍ୟ ସୁହାଗି ଙ୍କୁ ନାନାଦି ଗାଳିଗୁଲଜ କରିଥିଲେ l ଏହି ପ୍ରକାର ନିର୍ଯ୍ୟାତନା ବିଭିନ୍ନ ସମୟରେ ସୁହାଗି ଙ୍କ ଉପରେ ଦେବାରୁ ସିଏ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ l ଏ ବାବଦରେ ସୁହାଗି ଙ୍କ ବାପଘର ପକ୍ଷରୁ 31-8-2018 ରିଖ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ଥାନାରେ କେସ ନମ୍ବର 82/31-8-2018 ରେ ଏଜ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସ୍ୱାମୀ ପ୍ରଧାନ ସୋରେନ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ 14 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ସତ୍ୟବ୍ରତ ମହାନ୍ତି ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l

