Girl 2025 11 09 19 21 30

ଆମେରିକାରୁ ଫେରିଲେ, ଧରାପଡିଲା ସତ

ରାଜ୍ୟ

ଭୁବନେଶ୍ଵର: ପୂଜା ଓରଫ ସେଜଲ ଙ୍କ ଆମେରିକା ନିର୍ଯାତନା ଘଟଣାର ନୂଆ ମୋଡ଼ ନେଇଛି । ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ନିର୍ଯାତନାର କାହାଣୀ ମିଛ , ମୋ ପାଳିତ ମା ବହୁତ ଭଲ। ୨୦୨୪ ମସିହାରେ ସୋସିଆଲ ମିଡ଼ିଆରୁ ଅମର ସହିତ ମୋର ପ୍ରେମ ସମ୍ପର୍କ ଗଢିଉଠିଥିଲା। ଅମର ଙ୍କ ଘର ବାଲେଶ୍ବର ଅଞ୍ଚଳରେ । ପ୍ରେମ ପାଇଁ ଓଡ଼ିଶା କୁ ଆସିବାକୁ ଚାହୁଁଥିଲି । ଅମର ଙ୍କୁ ବାହା ହୋଇ ଓଡ଼ିଶାରେ ରହିବି । ଅମରଙ୍କ ସହାୟତରେ ନିଜ ମା ଙ୍କ ନାଁରେ ମିଛ ଭିଡ଼ିଓ ଜାରି କରିଥିଲି । ଅମର ବାଲେଶ୍ବର ଅଞ୍ଚଳର ହୋଇଥିବାବେଳେ ମୁଁ ତାଙ୍କୁ ବାହା ହେବାକୁ ଏଭଳି କରିଛି। ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି ବୋଲି ପୂଜା କହିଛନ୍ତି।
ସୂଚନା ଅନୁସାରେ ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିଲା। ସେତିକିବେଳେ ଅମରଙ୍କ ସହ ପରିଚିତ ହୋଇଥିଲା। ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ। ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍‌ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ। ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍‌ ନେଇଯାଇଥିଲେ ବୋଲି ଅମର କହିଛନ୍ତି।
ପୂଜା ଏକ ଭିଡିଓ ସେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂଜା କହିଥିଲେ, ଛୋଟବେଳେ ମୁଁ ଓଡ଼ିଶାରେ ଥିଲି। ଭୁବନେଶ୍ୱରର ଏକ ହଷ୍ଟେଲରେ ପଢ଼ୁଥିଲି। ପାଳିତା ମା’ ମୋତେ ବହୁ କଷ୍ଟ ଦେବା ସହ ଅତ୍ୟାଚାର କରୁଥିଲେ। ଘର କାମ ସବୁ କରାଉଥିଲେ। ମୁଁ ଆମେରିକାରେ ଏବେ ଖୁସିରେ ନାହିଁ। ମୁଁ ହିନ୍ଦୁ ହୋଇଥିବା ବେଳେ ପାଳିତ ମା’ ଖ୍ରୀଷ୍ଟିଆନ କରିଦେବାକୁ ବାଧ୍ୟ କରୁଛନ୍ତି। ଖାଇବାକୁ ମଧ୍ୟ ଦେଉନାହାନ୍ତି। ଏପରିକି ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ଧର୍ମ ପରିବର୍ତ୍ତନ ନ କଲେ ସେମାନେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ନେଇଯାଆନ୍ତୁ ବୋଲି ପୂଜା ଅନୁରୋଧ କରିଥିଲେ।

Shrutilipi ad