Photo for the news of illigal road construction

ସ୍ଥିତିବାନ ପ୍ଲଟ ଉପରେ ଆରଡି ରାସ୍ତା ନିର୍ମାଣ; ତହସିଲଦାର ନିକଟରେ ଅଭିଯୋଗ

ରାଜ୍ୟ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବଗଦା ଶାସନ ଠାରୁ ମଙ୍ଗଳା ପଡିଆ ନିକଟ ଛକକୁ ସଂଯୋଗ କରୁଥିବା ଆରଡି ରାସ୍ତା ସ୍ୱର୍ଗତ କ୍ଷେତ୍ରବାସୀ ପଣ୍ଡାଙ୍କ ଏକ ସ୍ଥିତିବାନ ପ୍ଲଟ ଖାତା ନଂ ୨୩୧ ପ୍ଲଟ ନମ୍ବର ୧୬୧ ରେ ଏ ୦.୩୯ ଡିସିମିଲ ସମ୍ପତି ଉପରେ ନିର୍ମାଣ ହେଇଥିବା ନେଇ ବିରୋଧ କରିଛନ୍ତି ତାଙ୍କ ପୁତ୍ର ରଘୁନାଥ ମିଶ୍ର । ଏ ନେଇ ତହସିଲଦାରଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବନ୍ତ ତହସିଲଦାର ଗଣିଜାଙ୍ଗ ଆରଆଇଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ୭ ଦିନ ବିତିଯାଇଥିବା ବେଳେ କୌଣସି ତଦନ୍ତ ହୋଇନଥିବା ଅଭିଯୋଗକାରି ରଘୁନାଥ ମିଶ୍ର କହିଛନ୍ତି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ କରିବା ପାଇଁ ରଘୁନାଥ ମିଶ୍ର ଦାବି କରିଛନ୍ତି ।

Shrutilipi ad