ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ବରହମପୁର ସ୍ଥିତ ବିପି ଉଚ୍ଚ ବିଦ୍ୟାଳୟ ଓ ବିବି ଦାସ ନୋଡାଲ ବିଦ୍ୟାଳୟରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିଜ୍ଞାନଭିତ୍ତିକ ସଭା ଆୟୋଜିତ ହୋଇଥିବା ବେଳେ ଏହି ସଭାରେ ବିପି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଂଚାନନ ସାହୁଙ୍କ ତତ୍ତ୍ୱାବଧାନ ଓ ପ୍ରଧାନଶିକ୍ଷକ ଆନନ୍ଦ ରାଉତ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଦ୍ୟାଳୟ ପ୍ରତିଷ୍ଠାତା ମଧୁସୂଦନ ଘଡାଇ, ମୁଖ୍ୟବକ୍ତା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ବିବି ଦାସ ନୋଡାଲ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସ୍ମିଧାରାଣୀ ନାୟକ, ଜୟନ୍ତୀ ଦାସ, ଅତିଥି ଶିକ୍ଷକ ଭଗବାନ ନାୟକ, ନିଶିକାନ୍ତା ଜେନା, ସୁସ୍ମିତା ସେନ୍, ଆରତୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ୨ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୫ଗୋଟି ବିଜ୍ଞାନ ଭିତ୍ତିିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାରେ ବିପି ଉଚ୍ଚ ବିଦ୍ୟାଳୟର ସ୍ମୁତି ରଞ୍ଜନ ଓଝା ପ୍ରଥମ ସ୍ଥାନ , ଦ୍ୱିତୀୟ ସ୍ଥାନ ଏଲିନା ଚଢେଇ, ତୃତୀୟ ସ୍ଥାନ ଲକ୍ଷ୍ମୀପ୍ରିୟା ପାତ୍ର, ଚତୁର୍ଥ ସ୍ଥାନ ବବୁଲ ନାଥ ଅଧିକାର କରିଥିବା ବେଳେ ବିବି ଦାସ ନୋଡାଲ ବିଦ୍ୟାଳୟର ଅନନ୍ୟା ବାରିକ ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ବିଷ୍ଣୁପ୍ରିୟା ଖଣ୍ଡା, ତୃତୀୟ ସ୍ଥାନ ଆଦିତ୍ୟ ବାରିକ୍ ଅଧିକାର କରିଥିଲେ ।ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟ ବିଜ୍ଞାନ ମେଳାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଆଗାମୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭୀମସେନ ଖଣ୍ଡା, ମାୟାଧର ଜେନା, ଅମୂଲ୍ୟ ଖଣ୍ଡା ସମେତ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ ।

