ବାରିପଦା: ଆଜି ରବିବାର ଅପରାହ୍ନ ପାଖାପାଖୀ ପାଞ୍ଚଟା ସମୟରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାୟକ ଭାଦବ ହାଁସଦା ନିଜ ସ୍କୋର୍ପିଓ (od 05 A K 7493) ଗାଡ଼ିରେ ଉଦଳା ଯାଉଥିବା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଏବଂ ତେରମାଇଲ ମଝିରେ ରାଜ୍ୟ ରାଜପଥ ରେ ଗାଡିର ଡ୍ରାଇଭର ଭରସାମ୍ୟ ହରାଇ ଏକ ଲୁନା ବାଇକକୁ ସାମ୍ନା ପଟୁ ଧକ୍କା ଦେଇଥିଲା l ଫଳରେ ବାଇକରେ ଯାଉଥିବା ସ୍ୱାମୀ ଏବଂ ସ୍ତ୍ରୀ ତଳେ ପଡିଯିବା ସହ ଗୁରୁତର ହୋଇଛନ୍ତି l ଖବର ନେବାରୁ ଜଣା ପଡିଅଛି ଯେ ଏକ ଲୁନା ବାଇକ ରେ ଶୁକୁରା ସିଂ ଏବଂ ତାଙ୍କ ସ୍ତ୍ରୀ ସନିଆ ଖୁଣ୍ଟା ହାଟରୁ ଘରକୁ ଫେରୁଥିବା ସମୟରେ ବିଧାୟକଙ୍କ ଗାଡି ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା l ସେମାନେ ଗୁରୁତର ହୋଇ ତଳେ ପଡିଥିବା ବେଳେ ଉଭୟ ବିଧାୟକ ଏବଂ ତାଙ୍କ ଡ୍ରାଇଭର ଘଟଣା ସ୍ଥଳରୁ ଛୁ ମାରିଥିଲେ l ସଙ୍ଗେ ସଙ୍ଗେ ପାଖ ଆଖ ଲୋକମାନେ ଆସି ଉଭୟ ଗୁରୁତର ଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ l ଏହି ଘଟଣା କୁ ନେଇ ଘଟଣା ସ୍ଥଳରେ ଲୋକମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି l ଲୋକମାନେ ସେମାନଙ୍କର କ୍ଷତିପୁରଣ ଦାବୀ କରିବା ସହ ବିଧାୟକ ଙ୍କ ଏତାଦୃଶ କାର୍ଯ୍ୟ କୁ ନିନ୍ଦା କରିଛନ୍ତି l ଜଣେ ଜନ ପ୍ରତିନିଧି ହିସାବରେ ବିଧାୟକ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବା ପରିଵର୍ତେ ଘଟଣା ଘଟାଇ ସେଠାରୁ ଚମ୍ପଟ ମାରିବା ତାଙ୍କର ଘୃଣ ମାନବିକତାର ପରିଚୟ ବୋଲି ଲୋକମାନେ ପ୍ରକାଶ କରିଛନ୍ତି l ଉତ୍ୟକ୍ତ ଲୋକମାନେ କିଛି ସମୟ ପାଇଁ ଉଦଳା- ବାରିପଦା ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ l ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିଅଛି l ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ଗୁରୁତର ଙ୍କ ମଧ୍ୟରୁ ସ୍ୱାମୀ ଶୁକୁରା ସିଂ ଙ୍କୁ କଟକ ସରକାରୀ ଡାକ୍ତରଖାନା କୁ ପଠାଯାଇଥିଲା ବେଳେ ସନିଆ ସିଂ ବାରିପଦା ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣା ପଡିଅଛି l

