ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ପାଳିତ

ରାଜ୍ୟ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳଶା ସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଁ କାରମ, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା, ରଥ ଶୋଭାଯାତ୍ରା, ନାରାୟଣ ସେବା, ପୂଜ୍ୟ ପୂଜା, ଭଜନ ସହିତ ୍ୱାଲବିକାଶ ବିକାଶ ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛୟାଳସିଂହ, ସେଣ୍ଡତିରା, ଗଣିଜାଙ୍ଗ, ନିଲୋକ ସମେତ ହଜାର ହଜାର ସଂଖ୍ୟାରେ ସାଇଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ସାଇ ଭକ୍ତ ସହଯୋଗ କରିଥିଲେ । ଶେଷରେ ବାବାଙ୍କ ଜନ୍ମ ଦିନରେ ୧୦୦ ସମୂହ ଦୀପ ଦାନ ସହିତ କେକ୍ କଟାଯାଇ ପାଳନ କରାଯାଇଥିଲା । ସେହିପରି ରାମକୃଷ୍ଣପୁର ଭଜନ ମଣ୍ଡଳୀ ପକ୍ଷରୁ ୧୦୦ ତମ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଜନ ମଣ୍ଡଳୀର ମହେନ୍ଦ୍ର ସାହୁ,ଉଦୟ ବେଜ,ପଦ୍ମନାଭ ବିନ୍ଧାଣି, ଅନିରୁଦ୍ଧ ବିନ୍ଧାଣି, ଶତ୍ରୁଘନ ଖିଲାର, ସୁରନ୍ଦ୍ର ମଳିକ, ସୁରେଶ ମହାନ୍ତି, ସମେତ ସାଇଭଜନ ମଣ୍ଡଳୀର ସମସ୍ତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ସଭା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଓଁ କାରମ, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା, ରଥ ଶୋଭାଯାତ୍ରା, ନାରାୟଣ ସେବା, ପୂଜ୍ୟ ପୂଜା, ଭଜନ ସହିତ ବାଲବିକାଶ ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ଅନୁଷ୍ଠିତ ହୋଇଥିଲା । ରାମପୁର, ରାମକୃଷ୍ଣପୁର ପଂଚାୟତର ହଜାର ହଜାର ସତ୍ୟସାଇ ବାବାଙ୍କ ଭକ୍ତ ଯୋଗଦେଇ ଥିଲେ ।

Shrutilipi ad