ଚିନ୍ତା ଚେତନା ସାହିତ୍ୟ ସଂସଦ ପକ୍ଷରୁ ମହତାବଙ୍କ ୧୨୬ତମ ଜୟନ୍ତୀ

ରାଜ୍ୟ

ବନ୍ତ/ଆଗରପଡ଼ା:ଚିନ୍ତା ଚେତନା ସାହିତ୍ୟ ସଂସଦ ଆଗରପଡ଼ା ପକ୍ଷରୁ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ଜୟନ୍ତୀ ଆଗରପଡ଼ାସ୍ଥ ମହତାବ ମେମୋରିଆଲ ହଲ୍ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ସଂସଦ ସଭାପତି ବାଂଛାନିଧି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବୃନ୍ଦାବନ ରାଉଳ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ନାୟକ,ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷା ପ୍ରଶାସକ ଚତୁର୍ଭୂଜ ପହୀ ପ୍ରମୁଖ ଯୋଗ ଦେଇଥିଲେ । ସଂସଦ ଉପସଭାପତି ଚିତ୍ତରଂଜନ ସାମନ୍ତରାୟ ଅତିଥି ପରିଚୟ,ଉପଦେଷ୍ଟା କୃଷ୍ଣଚନ୍ଦ୍ର ଜେନା ପ୍ରାକ କଥନ,ସଂପାଦକ ପ୍ରଣୟ ସିଂହ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ତପନ ସାହୁ ସଂଯୋଜନା ଓ ସଂଗଠନ ସଂପାଦକ ବାଙ୍କ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ ।

Shrutilipi ad