ଆଗରପଡ଼ା:ବନ୍ତ ବ୍ଲକ ଅଣିଜୋ ପଂଚାୟତ ଗ୍ରାମ ଖେଳପଡିଆ ଠାରେ ବାବା ସିନ୍ଧୁକେଶ୍ୱର ଫୁଟବଲ୍ କ୍ଲବ ଆନୁକୂଲ୍ୟରେ ପଂଚମ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଗଗୁରୁ ଧରଣୀଧର କର, ଭାଜପା ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ବ୍ଳକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ ,ଅଣିଜୋ ସରପଂଚ ପ୍ରତିନିଧି ଜଗବନ୍ଧୁ ପୃଷ୍ଟି ,ବିଜେଡି ପଂଚାୟତ ସଭାପତି ପରମେଶ୍ୱର ରାଉତ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ନାୟକ, ତପନ କୁମାର ଯେନା, କୈଳାଶ ଶୁକ୍ଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଦିବସ ଖେଳରେ ଚାରି ଗୋଟି ଟିମ୍ ଧୋବା ଗଢିଆ ଏଫ୍ସି ବାଲେଶ୍ୱର ଓ ସୋରେନ୍ ଏଫ୍ସି ଶରତ ମୟୁରଭଞ୍ଜ ଏବଂ ମହାବିର ଏଫ୍ସି ଭଦ୍ରକ ଓ ଜେପି ଏସ୍ ରଜତ ନଗର ମୟୁରଭଞ୍ଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଫରୀ ଭାବେ ରାମଚନ୍ଦ୍ର ବେଶ୍ରା ,ଗଣେସ୍ୱର ସିଂ , ମାନ୍ ସିଂ କୁମାର, ସନ୍ତୋଷ କୁମାର ରଣା ଖେଳ ପରିଚାଳନା କରିଥିବା ବେଳେ ଆୟୋଜକ ଭାବେ ଉଦୟ ନାରାୟଣ ପଣ୍ଡା, ରମାକାନ୍ତ ମହାଳିକ, ଜଗବନ୍ଧୁ ବେହେରା, ଶରତ କୁମାର କର , ଶ୍ରୀନିବାସ ପଣ୍ଡା, ପ୍ରତାପ ପଣ୍ଡା, ଶରତ ପଣ୍ଡା, କରୁଣାକର ଦାସ, ମଧୁସୂଦନ ପଣ୍ଡା, ବାବୁଲା ଯେନା, ସୁବାସ ପଣ୍ଡା, ବାପୁଜୀ ନାୟକ, ଶ୍ରୀଧର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା ଓ ସହଯୋଗ କରିଥିଲେ ।

