Img 20251120 wa0271

 ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଜାତୀୟ ସମବାୟ ସପ୍ତାହ ମହାସମାରୋହରେ ପାଳିତ

ରାଜ୍ୟ
ବାରିପଦା –  ସାରା ଭାରତର କୋଣେ ଅନୁକୋଣେ ୭୨ ତମ ଜାତୀୟ ସମବାୟ ସପ୍ତାହ  ନଭେମ୍ବର ୧୨ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ।ଏହି ଅବସରରେ ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର  ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ  ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଜାତୀୟ ସମବାୟ  ସପ୍ତାହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।୭୨ ତମ ସମବାୟ ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ ‘ ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମକୁ ଭାରତର ପଲ୍ଲୀ ରୁ ଦିଲ୍ଲୀରେ ଥିବା ସମସ୍ତ କୃଷି କୃଷକ ଏବଂ ଜନତାଙ୍କୁ ସଚେତନ କରାଇବା ।ଏହି ମହାସମାରୋହରେ ମୁଖ୍ୟ ଅତିଥି  ସାରସକଣା ବିଧାୟକ ଭାଦଵ ହାଃସଦାଃ, ମୁଖ୍ୟବକ୍ତା ଉପ ନିବନ୍ଧକ ମୟୂରଭଂଜଖଣ୍ଡ, ବାରିପଦା,, ସମ୍ମାନିତ ଅତିଥି ବିଶିଷ୍ଟ ସମଵାୟଵିତ୍ ନବୀନ ରାମ, ବରିଷ୍ଠ ସହକାରୀ ନିବନ୍ଧକ,ରାଇରଙ୍ଗପୁର  ତୁଷାରକାନ୍ତୀ ମହାନ୍ତି,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଅତିରିକ୍ତ ଯୋଗାଣ ଅଧିକାରୀ ସାରଙ୍ଗଧର ବେହେରା,, ବରିଷ୍ଠ ସହକାରୀ ନିବନ୍ଧକ, କରଂଜିଆ ବସନ୍ତ ନାୟକ, ମୟୂରଭଂଜ ଜିଲ୍ଲା ସମବାୟ ସଂଘ ସଭାପତି ପ୍ରଦୀପ ଉପାଧ୍ୟାୟ, ମୟୂରଭଂଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଡାଇରେକ୍ଟର ମଳୟ ଯେନା, ଆରସିଏମଏସ  ସଭାପତି, ବାରିପଦା ଦେଵୀଦତ୍ତ ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଭାଷ୍ଯକାର ମନମୋହନ ପରମାଣିକ ମଂଚ ପରିଚାଳନା କରିଥିଲେ ।ଅତିଥିଗଣ କହିଥିଲେ କୃଷକ ହେଉଛନ୍ତି ଅନ୍ନଦାତା ଓ ଦେଶର ଆତ୍ମା ।ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ତଦସହ ଓଡ଼ିଶାର   ସର୍ବବୃହତ୍ତମ ମୟୂରଭଂଜ ଜିଲ୍ଲା ଏକ ଶିଳ୍ପ ବିହୀନ ଓ କୃଷି ପ୍ରଧାନ ଜିଲ୍ଲା ।କୃଷକଙ୍କୁ ଆର୍ଥିକ,ସାମାଜିକ ଆତ୍ମ ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ସମବାୟ ମାଧ୍ଯମରେ ସରକାର କୃଷକଙ୍କୁ ଯୋଡିବା ସହ କୃଷି ଋଣ,ସାର,ବିହନ, ରିହାତି ଦରରେ କୃଷି ଯନ୍ତ୍ରପାତି, ବୈଷୟିକ ଜ୍ଞାନ, ଏକ୍ସପୋର୍ଟ ଭିଜିଟ ବ୍ୟବସ୍ଥା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ  ଉପଖଣ୍ଡର ଗୁହାଳଡାଙ୍ଗିରୀ ଲାମ୍ପର ଏମଡି ପ୍ରଶାନ୍ତ ରାଜ,ରାଇରଙ୍ଗପୁର ଲାମ୍ପର ଏମଡି ଲୋପାମୁଦ୍ରା ମହାନ୍ତିଙ୍କ ସମେତ ସମସ୍ତ  ଲାମ୍ପର ସଭାପତି ଏବଂ ଏମଡି, ରାଇରଙ୍ଗପୁର ଲାମ୍ପର ସଞ୍ଜିତ କୁମାର ବାରିକ ଆଶୁତୋଷ ମହାନ୍ତ,ରୁପାଲି ମହାନ୍ତ,ଇନ୍ଦ୍ରଜିତ ବାରିକ ,କୃଷ୍ନ ମହାନ୍ତ, ବିଶ୍ବକଳ୍ପିତା ମହାନ୍ତ ଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
Shrutilipi ad