Img 20251121 wa0251

ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ-୨୦୨୫ ସମ୍ବନ୍ଧୀୟ  ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ 

ରାଜ୍ୟ
ବାରିପଦା : ଆଜି ସ୍ଥାନୀୟ ଜ଼ିଲ୍ଲା ପରିଷଦ ସଭା ଗୃହରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ-୨୦୨୫ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ମୟୁରଭଞ୍ଜ ଅନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଛି I
 ମୟୂରଭଞ୍ଜ ଜିଲ୍ଲାପରିଷଦ ର ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ସବିତା ମାଝୀ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସସ୍ମିତା ମହାନ୍ତି, ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀ ମନମୋହନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ କି ଶିଶୁ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ,  ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ। ଯଦି କୌଣସି କାରଣ ହେତୁ ସନ୍ତାନଟିଏ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୋଇଛି ବା ଯେଉଁ ସନ୍ତାନ ପିତାମାତାର ଅଭାବ ବୋଧ ଅନୁଭବ କରୁଛି,ସେଇଭଳି ସନ୍ତାନକୁ ଆପଣାଇ ସନ୍ତାନଟିକୁ ପିତା ମାତାର ପରିଚୟ ଦେବା ପାଇଁ ଇଚ୍ଛୁକ ଦମ୍ପତି ମାନେ ଆଗେଇ ଆସିବା ଉଚିତ I ମାତ୍ର ଏହି ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ସମ୍ମତ ହେବା ଉଚିତ।ଅନୈତିକ ପୋଷ୍ୟ ସନ୍ତାନ ଗ୍ରହଣକୁ ସମ୍ପୂର୍ଣ ରୂପରେ ବନ୍ଦ କରିବା ଏବଂ  ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ I
Shrutilipi ad