11

ଶିଶୁ ଦିବସ ପାଳିତ: ଶିଶୁମାନଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ

ରାଜ୍ୟ

ସାଲେପୁର  : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ଅବସରରେ ଗତ ଶୁକ୍ରବାର ଦିନ ସାଲେପୁରସ୍ଥିତ ବିଜ୍ଞାନ ପ୍ରଚାର ସମିତି ଶାଖାଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି ।

11233

ସମିତିର ସଭାନେତ୍ରୀ ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ପାଳନ କରାଯାଇଥିଲା । ସଭାର ପ୍ରାରମ୍ଭରେ ସୁକାନ୍ତ କିଶୋର ମହାନ୍ତି ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

  • ମୁଖ୍ୟ ଅତିଥି: ପ୍ରବାସୀ ଭାରତୀୟ ତଥା ପ୍ରାକ୍ତନ ମତ୍ସ୍ୟବିଜ୍ଞାନୀ ଡ଼ଃ. ପ୍ରଭାତୀ ନଳିନୀ ପଟ୍ଟନାୟକ ଯୋଗଦେଇ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

  • ମୁଖ୍ୟବକ୍ତା: ଆଇନଜୀବୀ ସୁଦ୍ଧାଂଶୁ ବାଳା ପଟ୍ଟନାୟକ ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ସୁନାଗରିକ ଭାବେ ଗଢ଼ି ତୋଳିବାକୁ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ ।

  • ଅନ୍ୟତମ ଅତିଥି ଡ଼ଃ. ପୂର୍ଣ୍ଣଚନ୍ଦ୍ର ଓଝା ଶିଶୁର ଶାରୀରିକ ଓ ମାନସିକ ବିକାଶ ସମ୍ବଦ୍ଧିୟ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିଥିଲେ ।

ସମିତିର ଉପଦେଷ୍ଟା ଡ଼ଃ. ଉମେଶ ଚନ୍ଦ୍ର ପତି ନଭେମ୍ବର ୧୪, ୨୦୨୪ ଠାରୁ ନଭେମ୍ବର ୧୪, ୨୦୨୫ ପର୍ଯ୍ୟନ୍ତ ବିଜ୍ଞାନ ପ୍ରଚାର ସମିତି ଓ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ଦ୍ୱାରା ଶିଶୁବିକାଶ ପ୍ରସଙ୍ଗରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।

📚 ପ୍ରତିଯୋଗିତା ଓ ପୁରସ୍କାର ବିତରଣ

 

ଶିଶୁ ଦିବସକୁ ସ୍ମରଣୀୟ କରିବା ପାଇଁ ଶିଶୁମାନଙ୍କର ପଠନ ଅଭ୍ୟାସ ବୃଦ୍ଧି ଓ ଜ୍ଞାନ ଆହରଣ ଉପରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ସାଲେପୁର), ଯାହାଙ୍ଗିରାବାଦ ଓ ବଣହରା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ପ୍ରତି ବିଦ୍ୟାଳୟରୁ କୃତିତ୍ୱ ଅର୍ଜନ କରିଥିବା ୨ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି ସଭାରେ ୨୦ ଜଣ ଶିଶୁ, ସେମାନଙ୍କ ଅଭିଭାବକ, ସମିତିର ଉପସଭାପତି ବିପିନ ବିହାରୀ କର, ସଂଗଠନ ସମ୍ପାଦକ ଦିବାକର ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. ପ୍ରଭାତ କିଶୋର ନାୟକ, ସାରଦା ପ୍ରସାଦ ରଥ, ପ୍ରତାପଚନ୍ଦ୍ର ଜେନା, ଧୃବାନନ୍ଦ ଶରଣ, କୈଳାଶ ଚନ୍ଦ୍ର ବେହେରା, ଚିନ୍ମୟୀ ବେହେରା, ପୁରସ୍ତମ ବେହେରା, କୁମୁଦିନୀ ସ୍ୱାଇଁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଶେଷରେ ସମିତିର ସମ୍ପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad