ବାରିପଦା: ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୟଚନ୍ଦ୍ର ପତ୍ରୀ (୯୩) ଙ୍କ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଏହି ବ୍ୟାଙ୍କରେ ତା ୧୩/୦୮/୧୯୭୬ ଠାରୁ ୨୩/୦୮/୧୯୮୪ ପର୍ୟ୍ୟନ୍ତ ସଭାପତି ଭାବରେ ନିଜର ଦାୟିତ୍ବ ଅତି ନିଷ୍ଠାର ସହ ନିର୍ବାହ କରିଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ତଥା ବିଶିଷ୍ଟ ସମାଜସେବୀ ଥିଲେ ଏବଂ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ନିମନ୍ତେ ତାଙ୍କର ଅଶେଷ ଅବଦାନ ରହିଅଛି । ତେଣୁ ତାଙ୍କର ବିୟୋଗ ରେ ଆଜି ପୂର୍ବାହ୍ନରେ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସୁବ୍ରମଣ୍ୟମ ମହାନ୍ତିଙ୍କ ତତ୍ବାବଧାନରେ ଶ୍ରୀଯୁକ୍ତ ପତ୍ରୀଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ପ୍ରାର୍ଥନା ସଭାରେ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଦେଶକଗଣ ଯଥା ଶ୍ରୀଯୁକ୍ତ ବିରେନ୍ଦ୍ରନାଥ ବସା, ଅଭିନ୍ନ ସୁନ୍ଦର ପାତ୍ର, ମୋହନ ଚରଣ ବେହେରା, ଦ୍ରୌପଦି ସାହୁଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

