ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମାଣିକପୁର ପଂଚାୟତ ର ଓଷାଦେବୀ ହାଇସ୍କୁଲର ଛାତ୍ରୀ ନିବାସ ପାଚେରୀ‘ମୋନ୍ଥା’ପ୍ରଭାବ ରେ ଭାଙ୍ଗିଥିଲା l ଏହି ଛାତ୍ରୀ ନିବାସ ରେ ୧୦୦ ଛାତ୍ରୀ ରୁହନ୍ତି l ପାଚେରୀ ଭାଙ୍ଗିଯିବା ଫଳରେ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି l ରାତିରେ ଏହି ଅଂଚଳ ରେ ହାତୀ ର ଭୟ ରହୁଛି ଏବଂ ଅସାମାଜିକ ଲୋକମାନଙ୍କ ପ୍ରତି ମଧ୍ଯ ଡର ରହୁଅଛି l ଏହାର ସମାଧାନ ପାଇଁ ରାମଦୋଳି ଯୁବକ ସଂଘ ପକ୍ଷରୁ ଉପଜିଲ୍ଲାପାଳ କକ୍ଷ ରେ ଉପଖଣ୍ଡ ସ୍ତରୀୟ ଜଣଶୁଣାଣି ରେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ କରିବା ସହ ପାଚେରୀ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l

