Img 20251118 wa0248

ଡ଼ିଆଇଜିଙ୍କ ରାଇରଙ୍ଗପୁର ଗସ୍ତ ଓ ପୋଲିସ ସମୀକ୍ଷା ବୈଠକ

ରାଜ୍ୟ
ବାରିପଦା:  ପୋଲିସ ଡିଆଇଜି ପିନାକୀ ମିଶ୍ର ମଙ୍ଗଳବାର ଦିନ ରାଇରଙ୍ଗପୁର ଗସ୍ତ କରିବା ସହ ପୋଲିସ ସମୀକ୍ଷା ବୈଠକରେ ଯୋଗଦେଇ ଫେରିଯାଇଛନ୍ତି ।ସୂଚନାଯୋଗ୍ୟ ନିକଟରେ ରାଜ୍ୟ ସରକାର ବୃହତ ମୟୂରଭଂଜ ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିକଟରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ।ତେଣୁ ପୋଲିସ ଜିଲ୍ଲାର ଭିତ୍ତିଭୂମି, ନୂତନ ଜିଲ୍ଲା ଆରକ୍ଷୀ ଙ୍କ କାର୍ଯ୍ୟାଳୟ , ତାଙ୍କ ରହଣୀ ବାସସ୍ଥଳୀ,ଆବଶ୍ୟକୀୟ ଭିତ୍ତିଭୂମି, ପୋଲିସ ବାଟାଲିୟନ, କର୍ମଚାରୀ ଉପରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଏସଡିପିଓ ଗୋକୁଳାନନ୍ଦ ଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଆଇନଶୃଙ୍ଖଳା,ଅପରାଧିକ ମାମଲା  ଉପରେ ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା,ଷ୍ଟାଫ୍ ପୂରଣ,ଥାନାର କାର୍ଯ୍ଯକାରିତା କରିବା ସହ ପୋଡ଼ଶୀ ଝାଡଖଣ୍ଡ ରାଜ୍ୟରୁ ଅପରାଧିମାନେ ଆସି ରାଇରଙ୍ଗପୁର ସହର ଏବଂ ଆଖ ପାଖ ଅଞ୍ଚଳରେ ବାରମ୍ବାର ଅପରାଧିକ କାର୍ଯ୍ୟ ଘଟାଉଥିବାରୁ ସେମାନଙ୍କ ଉପରେ  କଡା ନଜର ରଖିବା ପାଇଁ ଗୁରୁତ୍ବ ଦେଇଥିଲେ । ଏତଦ ବ୍ୟତୀତ ବୟସ୍କ, ମହିଳା, ଶିଶୁମାନଙ୍କ ସମସ୍ୟା ଓ ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
Shrutilipi ad