Img 20251119 wa0178

ତମାଖୁ ମୁକ୍ତ ଅଭିଯାନ ପରିପ୍ରେକ୍ଷୀରେ ମିଳିତ ଚଢ଼ାଉ

ରାଜ୍ୟ
  • ତମାଖୁ ଜାତୀୟ ନିଶା ଦ୍ରବ୍ୟ ଜବତ ସାଙ୍ଗକୁ ଜୋରିମାନା ଆଦାୟ
ବାରିପଦା- ତା-19-11- ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ପରିପ୍ରେକ୍ଷୀରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଚାନ୍ଦୁଆ ଓ କୁଳିଅଣା ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ପାନ ଦୋକାନ, କିରାନା ( ଗ୍ରୋସେରୀ) ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରାଯାଇ ଏହି ସବୁ ଦୋକାନ ଗୁଡିକରେ ବିକ୍ରୟ କରାଯାଉଥିବା ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ଜବତ କରଯିବା ସହିତ ୬ଟି ଦୋକାନରୁ ୧୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ତତ ସହିତ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧିରେ କୌଣସି ପ୍ରକାର ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ନକରିବା ପାଇଁ ଅଞ୍ଚଳର ଦୋକାନୀ ତଥା ଜନସାଧାରଣଙ୍କୁ ବାରଣ କରାଯିବା ସହିତ ନିଶା ଦ୍ରବ୍ୟ ସେବନ ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ଏବଂ ମାରାତ୍ମକ ରୋଗରେ ଆକ୍ରାନ୍ତ ସମ୍ବନ୍ଧରେ ସଚେତନ କରାଯାଇଛି।
Shrutilipi ad