ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ହାସିନପୁର( ଦାସସାହି) ଗ୍ରାମର ଛାତ୍ର ବତ୍ସଳ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନ ଓ ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଚତୃଭୂଜ ପହି, କୀର୍ତ୍ତନ ବିହାରୀ ନାୟକ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ନିତ୍ୟାନନ୍ଦ ଜେନା, ମଙ୍ଗୁଲି ପ୍ରଧାନଶିକ୍ଷକ ରମାକାନ୍ତ ରାଉତ୍, ବନ୍ତ କଲେଜ ପ୍ରାକ୍ତନ ପ୍ରାଧ୍ୟାପକ ହୃଷିକେଶ ଗିରି , ପ୍ରାକ୍ତନ ବ୍ୟାଙ୍କ୍ ଅଧିକାରୀ ରତ୍ନାକର ଦାଶ, ସମାଜସେବୀ ଭୀମ ସେନ ସାମଲ,ଅଣାକାର ମଲ୍ଲିକ, ଜଗନ୍ନାଥ ପାଣିଗ୍ରାହୀ, ତପସ୍ୱନି ପହି, ସ୍ଥାନୀୟ ସରପଂଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ସେବାସମବାୟ ସଭାପତି ରଞ୍ଜନ କୁମାର ସାହୁ, ଭଗବାନ ବାରିକ ସମେତ ବହୁମାନ୍ୟଗନ୍ୟ ଅତିଥି ଯୋଗଦେଇ ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସ ଆଦର୍ଶ ଶିକ୍ଷକ ଓ ଛାତ୍ର ବତ୍ସଳ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୁତି ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଦୈତାରି ପତି,ଅଭୟ କୁମାର ପ୍ରଧାନ, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହି ପଣ୍ଡା,ଜଗନ୍ନାଥ ପତି, ହୃଦାନନ୍ଦ ଘଡାଇ, ପଂଚାନନ ଦାସ, ଭାଗିରଥି ଦାସ, ତପନ ଦାସ, ନନ୍ଦକିଶୋର ଦାସ, ହୃଷିକେଶ ବାରିକ, ରମେଶ ଚନ୍ଦ୍ର ବାରିକ, ରାମ ପଣ୍ଡା, ମନୋଜ ପଣ୍ଡା, ଯଦୁନାଥ ଗିରି ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ ।ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସ ଛୟାଳସିଂହ ପଞ୍ଚାୟତ ଗଣ୍ଡକୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ସେ ଗତବର୍ଷ ହୃଦ୍ଘଘାତ ରେ ପ୍ରାଣତ୍ୟାଗ କରିଥିଲେ ।

