ଆଗରପଡ଼ା:ଆଗରପଡ଼ା ଡିଗ୍ରୀ କଲେଜରେ ପ୍ରାକ୍ତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ. ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ଜିଲ୍ଲା ସଭାପତି ଡ.ଭାଗବତ ତ୍ରିପାଠୀ, ଡ. କ୍ଷିରୋଦ ସାମଲ ଯୋଗଦେଇ ଡ.ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡ.ହରିହର ଦାଶ, ଅଧ୍ୟାପକ ବିଜୟ ସେଣ୍ଢ, ଅଧ୍ୟାପକ ବ୍ରଜମୋହନ ପତି ପ୍ରମୁଖ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ ।ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପିକା ସାବିତ୍ରୀମଂଜରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

