Img 20251117 wa0239

ଜାତୀୟ ନାଟ୍ୟ ମହୋତ୍ସବର ନାଟ୍ୟ ସନ୍ଧ୍ୟା 

ରାଜ୍ୟ
  • ଦର୍ଶକଙ୍କୁ ବିମୋହିତ କଲା  ନାଟକ “ପ୍ରେମ ପ୍ରୀତି”
ବାରିପଦା – ତା :- ୧୭/୧୧/ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୫ମ ନାଟ୍ୟ ସନ୍ଧ୍ୟାରେ ଶାନ୍ତିକୃପା, ଭୁବନେଶ୍ୱର ପ୍ରଯୋଜିତ ଓଡ଼ିଆ ନାଟକ “ପ୍ରେମ ପ୍ରୀତି” ମଞ୍ଚସ୍ଥ ହୋଇଯାଇଛି I  ସୁଶାନ୍ତ କୁମାର ଶତପଥିଙ୍କ ନିର୍ଦ୍ଦେଶିତ ନାଟକରେ ସୁଶାନ୍ତ ଶତପଥି, ବାପୁ ରଥ, ମନୀଷା ରଥ ଅଭିନୟ କରିଥିବା ବେଳେ ଆଲୋକରେ ଗୋବିନ୍ଦ ଜେନା, ସଂଗୀତରେ ଗୌରବ ପାଣିଗ୍ରାହୀ, ମଞ୍ଚସଜ୍ଜାରେ ସାକିଲ ଓ ରୂପସଜ୍ଜାରେ ଶ୍ଵେତପଦ୍ମା ପଣ୍ଡା ସହଯୋଗ କରିଥିଲେ I ମୁଖ୍ୟ ଅତିଥି ଭାବେ ଅଟଳ ଧର୍ମରତ୍ନରେ ଭୂଷିତ ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୁଗୁଡେଇ ଓ ମୁଖ୍ୟ ବକ୍ତାଭାବେ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ,ବାଙ୍ଗିରିପୋଷି ର ପୂର୍ବତନ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର ଆଜି ସନ୍ଧ୍ୟାର ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ଆୟୋଜନ ସ୍ଥାନୀୟ କରକାରଙ୍କୁ ପ୍ରଭାବିତ କରିବ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ନାଟକର ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସଂସ୍ଥାର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବଶା ନାଟକ ଉପରେ ଆଲୋକପାତ କରିଥିଲେ I ଅଭିନେତା ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I  ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀକାନ୍ତ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I  ଆସନ୍ତକାଲି ଓମ ନାଟ୍ୟ ସଂସ୍ଥା, ବାରିପଦା ପ୍ରଯୋଜିତ ତଥା ଧିର ବଶାଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ “ଚିଠି” ମଞ୍ଚସ୍ଥ ହେବବୋଲି  ସଦସ୍ୟ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad