ଆଗରପଡ଼ା:ବନ୍ତବ୍ଲକ ରାମପୁର ପଂଚାୟତ ଅଳଉତି ଗ୍ରାମର ରେଳ କର୍ମଚାରୀ(ବିଦ୍ୟୁତ୍ ବିଭାଗ) ଅଶୋକ ସାହୁଙ୍କର (୫୯) କୀଡିନ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ବିୟୋଗ ଘଟିଛି । ତାଙ୍କର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଜଣେ ପରୋପକାରୀ, ଦୟାଳୁ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଖବର ପାଇ ସ୍ଥାନୀୟ ସରପଂଚ ଗିରିଧାରୀ ସାହୁ, ମାଳିରାମ ବେହୁରିଆ, ନିରଞ୍ଜନ ଭୂୟାଁ, ରାଜକିଶୋର ଭୂୟାଁ , ତରଣିସେନ୍ ସୂତାର, କମଳାକାନ୍ତ ରାଉତ୍, ବିରାଜ ଭୂୟାଁ, ସତ୍ୟବାନ୍ ସାହୁ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କୁ ଶେଷଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ କୀର୍ତ୍ତର୍ନ ଦଳ ସହିତ ଗ୍ରାମ ବଜାର ପରିକ୍ରମା କରାଯାଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସାନପୁଅ ସ୍ୱାଗତ ସାହୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ସମସ୍ତ ଭାଇବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।

