ବାରିପଦା : ୭୨ ତମ ସମବାୟ ସପ୍ତାହ ୨୦୧୫ ର ମୂଳ ବାର୍ତ୍ତା ” ଆତ୍ମ ନିର୍ଭର ଭରତ ପାଇଁ ସମବାୟ ଏକ ମାଧ୍ୟମ ” କୁ ପ୍ରଚାର ଓ ପ୍ରସାର କରିବା ପାଇଁ ଆଜି ସକାଳ ଆଠ ଘଟିକା ସମୟରେ ମୟୁରଭଞ୍ଜ ଜିଲ୍ଲାରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଏହି ଗଣଦୌଡ଼ ଆରମ୍ଭ ହୋଇଥିଲା l ଏହି ଶୁଭ ଉଦଘାଟନ ଜିଲ୍ଲା ସମବାୟ ବିଭାଗର ଉପ ନିବନ୍ଧକ ଅଶୋକ କୁମାର ପାଣି କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ଓ ରାଇରଙ୍ଗପୁର ମଣ୍ଡଳରବରିଷ୍ଠ ସହକାରୀ ନିବନ୍ଧକ ତୁଷାର କାନ୍ତି ମହାନ୍ତି, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, କପ୍ତିପଦା ମଣ୍ଡଳର ଭାରପ୍ରାପ୍ତ ସହକାରୀ ନିବନ୍ଧକ ସୁକୁରାମ ସିଂ, ଆର. ସି. ଏମ. ଏସ. ଲି – ର ସଭାପତି ଦେବୀଦତ୍ତ ଦାସ ଏବଂ ମୟୁରଭଞ୍ଜ କେନ୍ଦୀୟ ସମବାୟ ବ୍ୟାଙ୍କର DGM ପ୍ରକାଶ ଚନ୍ଦ୍ର ବାରିକ ଜିଲ୍ଲା ସମବାୟ ସଂଘର ସଭାପତି ପ୍ରଦୀପ୍ତ କିଶୋର ଉପାଧ୍ୟାୟ ଙ୍କ ସମେତ ନିର୍ଦ୍ଧଶକ ମଳୟ ଜେନା, ମନରମା ପାଣିଗ୍ରାହୀ, ଅଭିନ୍ନ ପାତ୍ର, ରବୀନ୍ଦ୍ର ନାଥ ବସା, ଆମର ପ୍ରସାଦ ସେଠି, ଉପସହକାରୀ ନିବନ୍ଧକ ବିଜୟ ଟୁଡୁ, ସତ୍ୟଜିତ ବାରିକ, ଦିଲ୍ଲୀପ ପତ୍ର, ସହ ସମବାୟ ବିଭାଗ ଓ ସମବାୟ ବ୍ୟାଙ୍କର ଅନେକ କର୍ମଚାରୀ,, ଲ୍ୟାମ୍ପର କର୍ମଚାରୀ ଓ ସମବାୟ କର୍ମୀଗଣ ଦୌଡ଼ ର ଉତ୍ସାହ ପୂର୍ଣ୍ଣ ଭାବରେ ଯୋଗ ଦେଇଥିଲେ। ସମବାୟ ମାଧ୍ୟମରେ ଆତ୍ମନିର୍ଭରତା, ସହଯୋଗ ଓ ସାମୁହିକ ଉନ୍ନୟନର ବର୍ତ୍ତକୁ ଲୋକ ମାନଙ୍କ ପାଖରେ ପହଂଚାଇବା ଏକ ମୁଖ୍ୟ ଲକ୍ଷ୍ୟ ଥିଲା।

