ଆଗରପଡ଼ା:ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ପାରାବନ୍ଧ ୟୁପିସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବନ୍ତ ଥାନା ଅଧିକାରିଣୀ ମୋନାଲିସା କର, ବରିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ମିଳିତ ସହଯୋଗରେ ଫିତା କାଟି ଉଦ୍ଘାଟନ କରିଥିବା ବେଳେ ବିଶ୍ୱାସ ଫାଉଣ୍ଡେସନର ବରିଷ୍ଟ ଉପଦେଷ୍ଟା ରବୀନ୍ଦ୍ର ଜେନା, ପ୍ରାକ୍ତନ ସରପଂଚ କିଶୋର କିଙ୍କର ପଢ଼ିହାରି, ଜଗତ୍ ଜୀବନ ଜେନା,ବିଶ୍ୱାସ ଫାଉଣ୍ଡେସନ ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ସୁକାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ମନିଷା ଜେନା, ରବିନ୍ଦ୍ର କୁମାର ଜେନା,ଏସକେବୁଦ୍ଧିଆ, ବିଜୟ କୁମାର ଖଟୁଆ, ରାଜୁ ଗୁପ୍ତା ପ୍ରମୁଖ ରକ୍ତଦାତାଙ୍କ ପାଖରୁ ରକ୍ତ ସଂଗ୍ରହ କରିଥିଲେ । ଅକ୍ଷୟ କୁମାର ଗିରି, କିର୍ତ୍ତିଶଙ୍କର ମହାନ୍ତି, ପ୍ରିୟବ୍ରତ ରାଉତ, ଶିବାନନ୍ଦ ସାହୁ, ବିଜୟ କୁମାର ନାୟକ, ପ୍ରଦୀପ କୁମାର ରାଉତ, ଅକ୍ଷୟ କୁମାର ବାରିକ, ବିଶ୍ୱଜିତ୍ ଗିରି, ବ୍ରଜମୋହନ ରାଉତ, ବିକ୍ରମ ତ୍ରିପାଠୀ, ବିଶ୍ୱଜିତ୍ ଗିରି, ନିଲେସ ବାରିକ, ରତନ କୁମାର ମିଶ୍ର, ନାରାୟଣ ପରିଡ଼ା, ତପନ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା, ରାକେଶ କୁମାର ଜେନା ସମେତ ସମସ୍ତ ବିଶ୍ୱାସ ଫାଉଣ୍ଡେସନର କର୍ମକର୍ତା ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

