Img 20251115 wa0249

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉଦଯାପିତ, ମନମୁଗ୍ଧ କଲା ଜାଭେଦ ଅଲ୍ଲୀ ଙ୍କ ଗୀତ

ରାଜ୍ୟ
ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଅନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି I ପୂଜା ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପୁରସ୍କାର ବିତରଣ କରିବା ସହ ବେଶ ପ୍ରସିଦ୍ଧି ଲାଭ କରିଥିବା ଜଗଦ୍ଧାତ୍ରୀ ମେଳାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ବିଶିଷ୍ଟ ଅତିଥି ଭାବେ  ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ ସରସକଣା ବିଧାୟକ ଭାଦବ ହାଁସଦା, ପୂର୍ବତନ ବିଧାୟକ କାନ୍ଦରା ସୋରେନ, ସମାଜସେବୀ ପରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିବା ସହ ଏତେ ବଡ଼ ମେଳାର ଆୟୋଜନ କରୁଥିବା କମିଟିର ପ୍ରଶଂସା କରିଥିଲେ I କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣI ନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରିତମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଚିତ୍ରାଙ୍କନରେ ବୈଶାଳୀ ନାୟକ, କୁଇଜରେ ଏମ ସାଇ ପ୍ରୀତି, ନୃତ୍ୟ ଜୁନିୟରରେ ପ୍ରସାଦ ବାରିକ, ସିନିୟରରେ ଅଙ୍କିତା ସି, ଡୁଏଟରେ ହରିହର ଓ ପ୍ରିୟଦର୍ଶିନୀ ଯୋଡ଼ି ଏବଂ ଗ୍ରୁପରେ ଆଇ ଡି ଏସ କ୍ରିଉ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I
Img 20251115 wa0337
ମେଳାର ସଫଳତା ପାଇଁ ସହଯୋଗ କରିଥିବା ଭଂଜପୁର ଥାନା ଆଇ ଆଇ ସି, ଟ୍ରାଫିକ ଇନ୍ସପେକ୍ଟର, ଟି ପି ଏନ ଓ ଡି ଏଲ, ବାରିପଦା ମୁନିସିପାଲିଟି, ଅଗ୍ନିଶମ ବିଭାଗ ସମେତ ସିଧାପ୍ରସାରଣ ପାଇଁ ମିଡ଼ିଆ କ୍ରିଏସନ ଫୋଟୋଗ୍ରାଫି, ବ୍ଲୁ ସ୍କାୟକୁ ସମ୍ବର୍ଦ୍ଧିତ କରାଯାଇଥିଲା I ମେଳା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରିୟବ୍ରତ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ସମାଜସେବୀ ଜଗଦିଶ ପାଣି ଓ ମିଡ଼ିଆ ସଂଯୋଜକ ସୋମନାଥ ସିଂହଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଅବିନାଶ ରଥ, ସତ୍ୟବ୍ରତ ଧଳ,  ଆଲୋକ ବାରିକ, ସୋନୁ ରଣା, ସୁରଜ ବେହେରା, ରୋହିତ ବେହେରା ସହଯୋଗ କରିଥିଲେ I ମେଳା ୧୬ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିବା ବେଳେ ୧୭ ତାରିଖ ଦିନ ବଲିଉଡ ନାଇଟରେ ପ୍ରଖ୍ୟାତ ଗାୟକ ସାନ ଙ୍କ କାର୍ଯ୍ୟକ୍ରମ ରହିଛି I ଜଗଦ୍ଧାତ୍ରୀ ମେଳାର ୧୩ଶ ସନ୍ଧ୍ୟାରେ ବଲିଉଡ ନାଇଟ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ଦର୍ଶକଙ୍କ ମନପସନ୍ଦର ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I  ହିନ୍ଦୀ ସମେତ ଭାରତର ବିଭିନ୍ନ ଭାଷାରେ ଗୀତ ଗାଇ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି I ତତସହିତ ଜାତୀୟ ଟେଲିଭିଜନ ରେ ଅନେକ ରିଏଲିଟି ସୋ ରେ ବିଚାରକ ଭାବେ ମଧ୍ୟ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି I ଆସନ୍ତାକାଲି ବଲିଉଡ ନାଇଟରେ କାଜିବାର ରହମନଙ୍କ କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ସଂଯୋଜକ ଜଣାଇଛନ୍ତି I
Shrutilipi ad