Photo1 for the news of science exhibition

ସ୍କୁଲ ସ୍ତରୀୟ ବିଜ୍ଞାନମେଳା

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଛାତ୍ରୀ ସଂଗୀତା ପାଳ ପ୍ରଥମ, ଭାଗ୍ୟଲକ୍ଷ୍ମୀ ବେହେରା ଦ୍ୱିତୀୟ, ସ୍ୱୟଂଶୋଭା ସାହୁଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା । କୃଷ୍ଣଚରଣ ବିଦ୍ୟାମନ୍ଦିର ଶିକ୍ଷକ ଗୋକୁଳାନନ୍ଦ ବେହେରା ଓ ବାଲିପୋଖରୀ ହାଇସ୍କୁଲ ଶିକ୍ଷକ ସୁଶାନ୍ତ ଜେନା ବିଚାରକ ଥିଲେ । ସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ବନଜିନୀ ନାୟକ ଓ ଭାଗ୍ୟଶ୍ରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, ସିଆରସିସି ନିରଞ୍ଜନ ଖିଲାର, ସହକାରୀ ଶିକ୍ଷକ ଅଜିତ ରାଉଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ବିରେନ ମିଶ୍ର,କୈଳାସ ପଣ୍ଡା, ଭୀମସେନ ପାଳ,ପ୍ରମୋଦିନୀ ସାହୁ, ରଂଜିତା ଶିଅଳ,ସାଗରିକା ମହାନ୍ତି, ବିଦ୍ୟୁତଲତା ଦାସ, ସାବିତ୍ରୀ ଦାଶ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ ।

Photo2 for the news of science exhibtion

Shrutilipi ad