ଆଗରପଡ଼ା :ଆଗରପଡା ସ୍ଥିତ ପ୍ରିୟ ଶିକ୍ଷା ବିକାଶ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଚନ୍ଦନ ଦାସଙ୍କ ମଂଚ ପରିଚାଳନାରେ ଆୟୋଜିତ ଏହି ପୁରସ୍କାର ବିତରଣୀ ସଭାରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ନାୟକ, ଯୁବ ସଭାପତି ସତ୍ୟ ସାଧନ ବେଜ, ପୁରୁଷଣ୍ଢ ପଂଚାୟତ ସରପଂଚ ପ୍ରକାଶ ବିଶ୍ୱାଳ, ଯୁବନେତା ଦିପକ ମହାନ୍ତି ପ୍ରମୁଖ ମଞ୍ଚଚାସିନ ହୋଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

