ବାରିପଦା: ସ୍ଥାନୀୟ ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳିତ ହୋଇଯାଇଅଛି l ସୁଶୀଳ ଆଚରଣ, ଶାଖାଗତ କୃତ୍ତିତ୍ୱ ଓ ବିଭିନ୍ନ ସାହିତ୍ୟିକ କଳାକୃତିରେ ଦକ୍ଷତା ଦେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସିଲ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ପୂର୍ବତନ ମନ୍ତ୍ରୀ ତଥା ଇଞ୍ଜିନିଅର ଶ୍ରୀ ବିଶେଶ୍ୱର ଟୁଡୁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ଦେଶଗଠନରେ ତାଙ୍କର ଭୂମିକା ବିଷୟରେ ପ୍ରେରଣାଦାୟକ ଭାଷଣ ରଖି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ, ସ୍ଵେଛାସେବୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ହିମାଂଶୁ ପ୍ରହରାଜ ଙ୍କୁ ସମାଜ ସେବା, ରକ୍ତଦାନ, ବୃକ୍ଷରୋପଣ ଓ ଗରିବ-ଦୁଃଖୀଙ୍କ ସହଯୋଗରେ ସଦା ଅଗ୍ରସର ଥିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ଟୁଡୁ ତାଙ୍କୁ ଉପଢୌକନ, ମାନପତ୍ର ଓ ‘ମା’ ପାଇଁ ଗଛଟିଏ ଉପହାର ସ୍ୱରୂପ ପ୍ରଦାନ କରି ସମ୍ମାନିତ କରିଥିଲେ।
ଶ୍ରୀ ପ୍ରହାରାଜ ଏକ ସକ୍ରିୟ ରକ୍ତଦାତା ଭାବେ ପରିଚିତ, ସମାଜର କୌଣସି ଅସହାୟ ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେଲେ ସମୟରେ ସେ ନିଜେ ଆଗୁଆ ହୋଇ ସହଯୋଗ କରିଥାନ୍ତି। ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମେତ ଜଣେ କାର୍ଯ୍ୟରତ ସାମ୍ବାଦିକ।
କାର୍ଯ୍ୟକ୍ରମ ଶେଷରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ସମଗ୍ର ପରିବେଶକୁ ମନୋରମ କରିଥିଲା।

