Img 20251114 wa0303

ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟା, ଦର୍ଶକଙ୍କୁ ବିମୋହିତ କଲା କୋଲକାତାର ନାଟକ “ପତଝଡ଼”

ରାଜ୍ୟ
ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ଲିଟିଲ ଥେସ୍ପିୟାନ, କୋଲକାତା ପ୍ରଯୋଜିତ ନାଟକ “ପତଝଡ଼” ମଞ୍ଚସ୍ଥ ହୋଇଯାଇଛି I ଏସ ଏମ ଅଜ଼ହର ଆଲାମଙ୍କ ନିର୍ଦ୍ଦେଶିତ ନାଟକରେ ଉମା ଝୁନଝୁନୱାଲା ଗାୟତ୍ରୀ ଭୂମିକାରେ, ସାଗର ସେନଗୁପ୍ତା ଇନ୍ଦିଭର ଭୂମିକାରେ, ଗୁଞ୍ଜନ ଅଜହର ଯାମିନୀ ଭୂମିକାରେ ଓ ମହମ୍ମଦ ଆସିଫ ଅନସାରୀ  ତାଷେନ ଭୂମିକାରେ ଅଭିନୟ କରିଥିବା ବେଳେ ଜୟ ସେନ ଆଲୋକରେ, ମଞ୍ଚସଜ୍ଜାରେ ଏସ ଏମ ଅହର ଆଲାମ ସହଯୋଗ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଆଜି ସନ୍ଧ୍ୟାର ନାଟକକୁ ଉଦଘାଟନ କରିବା ସହ ମହୋତ୍ସର ସଫଳତା କାମନା କରିଥିଲେ I ସଂସ୍ଥାର ପ୍ରତିଷ୍ଠାତା ଧୀର ବଶା ଧନ୍ୟବାଦ ଅର୍ପଣ କରିଥିଲେ I ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା  ଏହି ମହୋତ୍ସବ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ I ଆସନ୍ତା କାଲି ତିଲଜାଲା କାଲପନ ନୟାଗୋଷ୍ଠୀ,  କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ “ବେହୁଲା ଆଜୋ” ମଞ୍ଚସ୍ଥ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad