ବାରିପଦା: ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଠାରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ମହୁସୂରିଆ ଗ୍ରାମର ପରମ ବିନ୍ଧାଣି ଏବଂ ଗୁରୁତର ଜଣକ ହେଲେ ଉକ୍ତ ଥାନା ଅଞ୍ଚଳର ପୁରୁଣାପାଣି ଗ୍ରାମର ସାହୁ ମାରାଣ୍ଡି l ଆଜି ଉଭୟ ଏକ ବାଇକରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ l ଉଭୟଙ୍କୁ ଡାକ୍ତରଖାନା କୁ ଅଣାଯାଇଥିବାବେଳେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ l ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଅଛି l

