Img 20251113 wa0338

ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ, ଦର୍ଶକଙ୍କୁ ସ୍ତବ୍ଧ କଲା ଦିଲ୍ଲୀର ନାଟକ “ଅଲ ମାଇ ସନ୍ସ”

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ମହୋତ୍ସବକୁ ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ଶିକ୍ଷାବିତ ପ୍ରିତିଶ ବଶା, ପୂର୍ବତନ ବିଧାୟକ କାନ୍ଦରା ସୋରେନ ପ୍ରମୁଖ ଉପସ୍ଥିତ ରହି ଓମ ନାଟ୍ୟସଂସ୍ଥାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ I ସଂସ୍ଥାର ପ୍ରତିଷ୍ଠାତା ଧୀର ବଶା ମହୋତ୍ସବକୁ ସଫଳ କରିବା ପାଇଁ ଉପସ୍ଥିତ ଦର୍ଶକଙ୍କୁ ଅନୁରୋଧ କରିଥିଲେ I  ରାଜେଶ ଦାଶ ମଞ୍ଚ ପରିଚାଳନା କରିଥିଲେ I ଉଦଘାଟନୀ ସନ୍ଧ୍ୟାରେ ଇଉନିକର୍ନ ସ୍ଟୁଡ଼ିଓ, ନୂଆ ଦିଲ୍ଲୀ ପ୍ରଯୋଜିତ, ଆର୍ଥର ମିଲାରଙ୍କ ରଚିତ ତଥା ହେପି ରଣଜିତଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ରେ ଗୌରୀ ଦେୱାଲ, ସେହାଜ ହର୍ଜାଇ, କ୍ରିଥାର୍ଥ ସିଂହ, ଉନିଷ ପ୍ରତାପ ସିଂହ, ଏଭା ସିଦ୍ଦିକି ଓ ସାହିଲ ନିରୋୖଲା ଅଭିନୟ କରିଥିଲେ I ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ସ୍ତବ୍ଧ କରିଥିଲା I ଏହି ମହୋତ୍ସବ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ I ଆସନ୍ତା କାଲି ଲିଟିଲ ଥେସ୍ପିୟାନ, କୋଲକାତା ପ୍ରଯୋଜିତ ହିନ୍ଦୀ ନାଟକ “ପତଝଡ଼” ମଞ୍ଚସ୍ଥ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad