Photo for the news of mahatab

ବାଳିକା ହାଇସ୍କୁଲରେ ମହତାବଙ୍କ ଜୟନ୍ତୀ

ରାଜ୍ୟ

ଆଗରପଡ଼ା :ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ସରକାରୀ ସ୍ତରରେ ଚାଲିଥିବା ବର୍ଷେ ତମାମ ୧୨୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ବିଶିଷ୍ଟ ଐତିହାସିକ ତଥା ଗବେଷକ ଡ. ଭାଗବତ ତ୍ରିପାଠୀ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ ଅତିଥିଭାବେ ଯୋଗଦେଇ ଡ.ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହକାରୀ ଶିକ୍ଷକ ଅଜିତ ରାଉଳ ସ୍ୱାଗତ ଭାଷଣ,ବିରେନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୈଳାସ ପଣ୍ଡା, ଭୀମସେନ ପାଳ,ପ୍ରମୋଦିନୀ ସାହୁ, ଭାଗ୍ୟଶ୍ରୀ ପଣ୍ଡା, ରଂଜିତା ଶିଅଳ,ବନଜିନୀ ନାୟକ,ସାଗରିକା ମହାନ୍ତି, ବିଦ୍ୟୁତଲତା ଦାସ, ସାବିତ୍ରୀ ଦାଶ ପ୍ରମୁଖ ବ୍ୟକ୍ତବ୍ୟମାନ ପ୍ରଦାନ କରିଥିଲେ ।

Shrutilipi ad