ଆଗରପଡ଼ା :ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି ବ୍ଳକ ମଧ୍ୟରୁ ବନ୍ତ ବ୍ଲକ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ବରିଷ୍ଠ ବିଭାଗ ତର୍କରେ ପିଏମଶ୍ରୀ ହାଇସ୍କୁଲ,ସେଣ୍ଢତିରା ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ପ୍ରଥମ ସ୍ଥାନ,ବରିଷ୍ଠ ବିଭାଗ ପତ୍ରଲିଖନରେ ପିଏମଶ୍ରୀ ହାଇସ୍କୁଲ,ସେଣ୍ଢତିରା ଛାତ୍ରୀ ମାନସୀ ନାୟମ ପ୍ରଥମ ସ୍ଥାନ,ଚିତ୍ରାଙ୍କନରେ ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ଏକାଦଶ ଶ୍ରେଣୀ ଛାତ୍ରୀ ମାନ୍ୟତା ବାରିକ ପ୍ରଥମ ସ୍ଥାନ,ସୃଜନାତ୍ମକ ଲେଖା ବରିଷ୍ଠ ବିଭାଗରେ ସରକାରୀ ବାଳିକା ହାଇସ୍କୁଲ,ଆଗରପଡ଼ା ୯ମ ଶ୍ରେଣୀ ଛାତ୍ରୀ ମନସ୍ମୀତା ରାଉତ ପ୍ରଥମ ସ୍ଥାନ,ହସ୍ତାକ୍ଷର ଏବଂ ଶ୍ରୁତଲିଖନ କନିଷ୍ଠ ବିଭାଗରେ ସତ୍ୟନାରାୟଣ ନୋଡ଼ାଲ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ପ୍ରଜ୍ଞା ପ୍ରିୟଦର୍ଶନୀ ଜେନା ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଉକ୍ତ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସଫଳତା ସୃଜନାତ୍ମକ ଲେଖା ବରିଷ୍ଠ ବିଭାଗରେ ସରକାରୀ ବାଳିକା ହାଇସ୍କୁଲ,ଆଗରପଡ଼ା ୯ମ ଶ୍ରେଣୀ ଛାତ୍ରୀ ମନସ୍ମୀତା ରାଉତ ରାଜ ଚମ୍ପିଆନ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇ ମନସ୍ମୀତାଙ୍କୁ ସମ୍ମାନୀତ କରିବେ । ସେ ସ୍କୁଲ ପାଇଁ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, ପରିଚାଳନା କମିଟି ଅଧ୍ୟକ୍ଷା ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ,ସିଆରସିସି ନିରଞ୍ଜନ ଖିଲାର, ସହକାରୀ ଶିକ୍ଷକ ଅଜିତ ରାଉଳ, ବିରେନ ମିଶ୍ର,କୈଳାସ ପଣ୍ଡା, ଭୀମସେନ ପାଳ,ପ୍ରମୋଦିନୀ ସାହୁ, ଭାଗ୍ୟଶ୍ରୀ ପଣ୍ଡା, ରଂଜିତା ଶିଅଳ,ବନଜିନୀ ନାୟକ,ସାଗରିକା ମହାନ୍ତି, ବିଦ୍ୟୁତଲତା ଦାସ, ସାବିତ୍ରୀ ଦାଶ ପ୍ରମୁଖ । ଶିକ୍ଷାବିତ୍ ସମୀକ୍ଷା ପ୍ରସାଦ ରାଉତ ଓ ମଧୁସ୍ମିତା ଜେନାଙ୍କ ଝିଅ ମନସ୍ମୀତା ମଧ୍ୟ ପୂର୍ବରୁ ନିଜ ପାରଦର୍ଶିତା ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ସ୍କୁଲ ପାଇଁ ଅନେକ ଗୌରବ ସାଉଁଟିଛନ୍ତି ।

