ବାରିପଦା -୧୨/୧୧- ସୀମାନ୍ତ ଅଞ୍ଚଳ ତିରିଙ୍ଗ ବ୍ଲକ ଅନ୍ତର୍ଗତ ତିରିଙ୍ଗ ଥାନା ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ବରେ ଦୁଇଟି ଭିନ୍ନ , ଭିନ୍ନ ସ୍ଥାନରେ ଯଥା ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ତିରିଙ୍ଗ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଡ଼ଧରଣର ସାଇବର କ୍ରାଇମ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ତିରିଙ୍ଗ ତହସିଲଦାର ସୁଶାନ୍ତ କୁମାର ବେହେରା, ସମ୍ମାନନୀୟ ଅତିଥି ଭାବେ ଆଇଆଇସି ପ୍ରଶାନ୍ତ କୁମାର ଜେନା ,
ବାରିପଦା ସାଇବର ବିଭାଗର ଅଫିସର , ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ , ଲେଖକ ସୁବ୍ରତ କୁମାର ସାହୁ, ସିରିଡି
ସାଇ ଆଇଟିଆଇର ପ୍ରିନ୍ସିପାଲ୍ ରଜତ କୁମାର ସାହୁ , ନନ୍ଦ ସାର
ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ସଭାରେ ଗୃହରେ ଭିଡିଓ ବାର୍ତ୍ତା ତଥା ସୂଚନା ପ୍ରଜେକ୍ଟର ମାଧ୍ୟମରେ ଦେଖାଇଥିଲେ । ତଥା
ଅନ୍ୟ ସେହି ସମୟରେ ମୁଖ୍ୟ ବଜାରରେ ବାର୍ତ୍ତାବହ ଗାଡ଼ିରେ ଲାଗିଥିବା ଅନ୍ୟ ଏକ ବଡ ପ୍ରଜେକ୍ଟର୍ ମାଧ୍ୟମରେ ଥାନାର ଅନ୍ୟ
ପୋଲିସ କର୍ମଚାରୀ ମାନେ ସମସ୍ତ ପଥଚାରୀ , ଆରୋହୀ , ସାଧାରଣ ଲୋକଙ୍କୁ ସଚେତନ କରାଇବାରେ ସଫଳ ହୋଇ ପ୍ରଶଂସିତ ହୋଇଥିଲେ । ବିଦ୍ୟାଳୟର ଛାତ୍ର , ଛାତ୍ରୀ ମାନଙ୍କୁ ସାଇବର କ୍ରାଇମରୁ ମୁକୁଳିବା ପାଇଁ ବିଭିନ୍ନ ସଚେତନ ମୂଳକ ଲିଖିତ ବାର୍ତ୍ତା ପମ୍ପଲେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ଶତାଧିକ ଲୋକ ଆସି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ନିଜେ ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଉତ୍ସାହିତ
କରିଥିଲେ । ସମସ୍ତ ଅତିଥି ନିଜ ,ନିଜ ଢଙ୍ଗରେ ଅଭିଭାଷଣ ମାଧ୍ୟମରେ ସାଇବର କ୍ରାଇମ ବିଷୟରେ ତଥା ଏଥିରୁ ନିବୃତ ରହିବାର କଳା ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ସାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା
ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ତଥା ଟିଫିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ
ଅଧିକାରୀ ତଥା ଆଞ୍ଚଳିକ ଲୋକ ସହଯୋଗ କରିଥିଲେ ।

