Img 20251111 wa0232

“ମୁଁ ସ୍ୱାବଲମ୍ବୀ ହେବି” ଦାବୀ ନେଇ ଡିସେମ୍ବର ୨୨ ରେ ଜିଲ୍ଲାପାଳଙ୍କ ଆଫିସ ସମ୍ମୁଖରେ ଗଣଧାରଣା:-ଭଞ୍ଜସେନା

ରାଜ୍ୟ
ବାରିପଦା-   ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଓ ପରିବେଶ ସୁରକ୍ଷା ସହିତ ଜଙ୍ଗଲ,ପାହାଡ଼ ପର୍ବତକୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର  ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା, ବନ୍ୟଜାତ ଦ୍ରବ୍ୟ ରୁ ପ୍ରସ୍ତୁତ ସମାଗ୍ରୀ ତଥା ହସ୍ତତନ୍ତ କୁଟୀର ଶିଳ୍ପ ରୁ ପ୍ରସ୍ତୁତ ସମାଗ୍ରୀର ଉଚିତ୍ ବ୍ୟବସାୟୀକରଣ ମାଧ୍ୟମରେ  ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସ୍ଥାନୀୟ ଅଞ୍ଚଳର କିପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେବାବଦରେ ଦୀର୍ଘବର୍ଷ ଧରି ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ  ଆଗାମୀ ଡିସେମ୍ବର ମାସ ୨୨ ତାରିଖ ସୋମବାର ଦିନ ଜିଲ୍ଲାରେ ଥିବା ପ୍ରତ୍ୟେକ କୁଶଳୀ କାରିଗର ସହିତ ବିଭିନ୍ନ କଞ୍ଚାମାଲ ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ମୁଁ ସ୍ୱାବଲମ୍ବୀ ହେବି” ର ଦାବୀ ନେଇ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ କୁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି |
ତାସହିତ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ଅନୁମୋଦନ କ୍ରମେ ସଂଗଠନ ର ସମସ୍ତ ଜିଲ୍ଲା, ଉପଖଣ୍ଡ, ମ୍ୟୁନିସିପାଲଟି, ଏନ୍ଏସି, ବ୍ଲକ ସମେତ ସମସ୍ତ ଛାମୁଆ(ଯୁବ, ଛାତ୍ର, ମହିଳା )ସଂଗଠନ ରେ ପୂର୍ବରୁ ଥିବା କମିଟି ଗୁଡିକ ସଂମ୍ପୂର୍ଣ୍ଣ ଭାବେ ଭଙ୍ଗ କରାଯାଇଛି ଏବଂ ପର୍ଯ୍ୟାୟ କ୍ରମେ ଜିଲ୍ଲାର ନ୍ୟାର୍ଯ୍ୟ ଦାବିଗୁଡିକୁ ହାସଲ କରିବା ପାଇଁ  ଜିଲ୍ଲା ପ୍ରୀତି ସହିତ ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ ଯୁବ ଛାତ୍ର ସଂଗଠକ ମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯିବ ବୋଲି ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |
Shrutilipi ad