ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୮ମ ସନ୍ଧ୍ୟାରେ ନଂ – ୧ ଡ୍ୟାନ୍ସ ଗ୍ରୁପ ପ୍ରଥମ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ପରେ ପରେ ଇସ୍ପାୟାର ଡ୍ୟାନ୍ସ ଗ୍ରୁପ ଏବଂ ରୟାଲ କିଙ୍ଗଡ଼ମ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I ବିଦ୍ୟାଳୟ ସ୍ତରୀୟ ଜୁନିୟର କୁଇଜ ପ୍ରତିଯୋଗିତାରେ ସତ୍ୟଜିତ ସିଂହ ଓ଼ ସିନିୟର ଗ୍ରୁପରେ ଏମ ସାଇ ପ୍ରୀତି, ବକ୍ତୃତା ଜୁନିୟର ଗ୍ରୁପରେ ବିଶ୍ୱମ୍ବର ଘଡେଇ, ସିନିୟରରେ ସମ୍ଭବ ମିଶ୍ର ଏବଂ ମହାବିଦ୍ୟାଳୟ ସ୍ତରରେ ଆର୍ୟାନ ଦାସ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ତତସହିତ ୨ୟ ଓ଼ ୩ୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ବିଚାରକ ଭାବେ ସହଯୋଗ କରିଥିବା ସନ୍ତୋଷ ମହାନ୍ତି, ଭାଗବତ ପଣ୍ଡା, ଶାନ୍ତନୁ ସିଂହ, ରବୀନ କୁମାର ମହାପାତ୍ର, ମହେଶ୍ୱର ମାର୍ଣ୍ଡିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକାରୀ ସଭାପତି କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ମୁନିସିପାଲିଟିର ଉପ ନଗରପାଳ ସୀମା ଦାସ ଓ଼ ସମ୍ମାନିତ ଅତିଥି ଭାବେ ସମସ୍ତ ୱାର୍ଡ କାଉନସିଲର ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ମେଳାର ସଫଳତା ପାଇଁ ଆୟୋଜକ କମିଟିର ପ୍ରଶଂସା କରିଥିଲେ I ଏହି ଅବସରରେ ବାରିପଦା ମୁନିସିପାଲିଟି ଜଗଦ୍ଧାତ୍ରୀ ମେଳାକୁ ପ୍ରତ୍ସାହିତ କରିବା ପାଇଁ ପୂଜା ଓ଼ ମେଳା କମିଟିକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ I ମୁନିସିପାଲିଟିର ସାହାଯ୍ୟ ସହଯୋଗ ପାଇଁ ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ମାରିସାର ଆଦିବାସୀ ନୃତ୍ୟ ଗୀତରେ ଦୁଲୁକିଥିଲା ପଡିଆ I ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ପ୍ରିତମ ପଣ୍ଡା, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ I ଆସନ୍ତାକାଲି ଜୁନିୟର ଗ୍ରୁପ ସୋଲ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I

