ବାରିପଦା: ବାରିପଦା ସହରର ଉପକଣ୍ଠରେ ଅବସ୍ଥିତ ଉତ୍ତର ଓଡିଶାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଡିଭାଇନ୍ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ରେ ଡିଭାଇନ୍ ଡିପ୍ଲୋମା ଇଞ୍ଜିନିୟରିଂ, ଡିଭାଇନ୍ ନର୍ସିଙ୍ଗ୍ ଏବଂ ଡିଭାଇନ ଯୁକ୍ତ୨ ବିଜ୍ଞାନର ଚଳିତ ନଭେମ୍ବର ୮ଓ୯ ତାରିଖରେ ତାର ୧୭ତମ ବାର୍ଷିକ ଉତ୍ସବ “ୟୁଫୋନି ୨୦୨୫ “ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ କୁମାର ଗଚ୍ଚାୟତ,ମୟୂରଭଞ୍ଜ, ମୁଖ୍ୟ ବକ୍ତା ଭାବେ ବାରିପଦାର ଉପ-ଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ବାରିପଦା ବ୍ଲକର ଗୋଷ୍ଠୀଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାରିପଦାର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଭାତ ମଲ୍ଲିକ ଯୋଗ ଦେଇଥିଲେ । ସେଇପରି ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁଖ୍ୟବକ୍ତା ଭାବେ ବାଙ୍ଗିରିପୋଷିନିର୍ବାଚନ ମଣ୍ଡଳୀର ବିଧାୟୀକା ସଞ୍ଜଳି ମୁର୍ମୁ, ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଶୁଗୁଦା ମୁର୍ମୁ ଏବଂ ଅନ୍ୟତମ ସତନ୍ତ୍ର ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ମୟୂରଭଞ୍ଜ ଜିଲ୍ଲା ଉପ ସଭାପତି ପରେଶ ଚନ୍ଦ୍ର ମହାନ୍ତ ଯୋଗ ଦେଇ ଛାତ୍ର-ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ଓ ସଠିକ ଚିନ୍ତା ଧାରା ହିଁ ସଫଳତାର ମୂଳ ମନ୍ତ୍ର ବୋଲି ପରାମର୍ଶ ଦେଇଥିଲେ ଏବଂ ଛାତ୍ର-ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଛାତ୍ର-ଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ଏବଂ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ ରଖିବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବିଶିଷ୍ଠ ଶିଳ୍ପପତି ତଥା ସମାଜ ସେବୀ ତରୁଣ କୁମାର ମହାନ୍ତି , ସମାଜ ସେବୀ ଅମିତାଭ ସାହୁ,ସମାଜ ସେବୀ କାଶୀନାଥ ରଣା, ସମାଜ ସେବୀ ମନୀଷ ଖଣ୍ଡେଲୱାଲ, ସମାଜ ସେବୀ ସୁଶାନ୍ତ ଦାସଙ୍କୁ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟୀକା ସଞ୍ଜଳି ମୁର୍ମୁ ବିଶେଷ ଭାବରେ ସମ୍ମାନୀତ କରିଥିଲେ। ଏହି ବାର୍ଷିକ ମହୋତ୍ସବରେ ଅତିଥି ମାନେ ତାଙ୍କ ସମ୍ଭାଷଣ ମାଧ୍ୟମରେ ନିଜର ନିଷ୍ଠା ଓ ଉଦ୍ୟମକୁ ବଳବତ୍ତର ରଖିବା ସହ ଯୁବସମାଜ ପାଇଁ ଶିକ୍ଷା ସହ ସଂସ୍କୃତି ଓ ପରମ୍ପରାର ଉଚିତ ସମନ୍ଵୟ ହିଁ ଉଚ୍ଚ ଅଭିଳାଷକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ପରାମର୍ଶ ଦେଇଥିଲେ। ତତ୍ ସହିତ କଠିନ ପ୍ରରିଶ୍ରମ ଏବଂ ସୃଜନ ଶୀଳତା ଯେବେ ଉତ୍ତମ ଚରିତ୍ର ସହ ସମ୍ମିଳିତ ହୋଇ ଚାଲିବେ, ସଫଳତା ପାଦ ଚୁମିବ – ନିଃସନ୍ଦେହ। ଏହି ମହାନ ସଭାରେ ପୌରହିତ୍ୟ କରିଥିଲେ ଡିଭାଇନର ମ୍ୟାନଜିଙ୍ଗ ଟ୍ରଷ୍ଟି ଶ୍ରୀ ପୂର୍ଣଚନ୍ଦ୍ର ବୁଗୁଡେଇ ଏବଂ ସଭାରେ ଉପସ୍ଥିତ ଥିଲେ ଡିଭାଇନର ନିର୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ , ଟ୍ରଷ୍ଟି ଇଂ ଧରମବୀର ବୁଗୁଡେଇ, ଏବଂ ପ୍ରିନ୍ସିପାଲ୍ ଇଂ ଅଭିନ୍ନ ଦାସ । ଏହି ଦୁଇ ଦିନିଆ ମହୋତ୍ସବରେ ବିଭିନ୍ନ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ସହ ପ୍ରତିଯୋଗୀତା ସମୂହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମିଷ୍ଟର ଡିଭାଇନ ଡିପ୍ଲୋମା ମହିତ ପଣ୍ଡା ଏବଂ ମିସ୍ ଡିଭାଇନ ଡିପ୍ଲୋମା ସୀମରନ ସେନାପତି ହୋଇଥିବାବେଳେ ମିଷ୍ଟର ଡିଭାଇନ୍ ନର୍ସିଙ୍ଗ୍ ଶୁଭମ କୁମାର ସେଠୀ ଓ ମିସ୍ ଡିଭାଇନ୍ ନର୍ସିଙ୍ଗ୍ ହୋଇଥିଲେ ସିପ୍ରା ସୁମନ ବାରିକ ଏଵଂ ମିଷ୍ଟର ଡିଭାଇନ ଯୁକ୍ତ୨ ବିଜ୍ଞାନ ତନ୍ମୟ ରଣା ଓ ମିସ୍ ଡିଭାଇନ ଯୁକ୍ତ୨ ବିଜ୍ଞାନ ଲିପିକ ଦାସଙ୍କୁ ଚୟନ କରଯାଇଥିଲା । ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା, ସର୍ବୋଚ୍ଚ ଉପସ୍ଥାନ ଥିବା ଛାତ୍ର- ଛାତ୍ରୀମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଡିଭାଇନ୍ ଡିପ୍ଲୋମା ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଆଖ୍ୟା ପାଇଥିଲେ ସ୍ଵିଟି ନାୟକ ସେହିପରି ଡିଭାଇନ୍ ନର୍ସିଙ୍ଗ୍ ର ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଆଖ୍ୟା ପାଇଥିଲେ ଶ୍ରାବଣୀ ପରିଡା ଓ ଡିଭାଇନ ଯୁକ୍ତ୨ ବିଜ୍ଞାନର ଶୁଭମ ସ୍ଵସ୍ତିକ କରଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ପ୍ରଦାନ କରଯାଇଥିଲା। ସବୁବର୍ଷ ପରି ଭାରତ ବର୍ଷ ପାଇଁ ଲଡୁଥିବା ବୀର ପୋଲିସ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଛାତ୍ରୀ ମାନଙ୍କ ଦ୍ଵାରା ସେମାନଙ୍କୁ ରାକ୍ଷୀ ପିନ୍ଧାଇବା ଦୃଶ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା ।ବଲିଉଡର ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ତଥା ଜି ସାରେଗାମାପାର ବିଜେତା ଅବଦୁଲ ସେଖ ଏବଂ ଇଣ୍ଡିଆନ ଆଇଡଲ ସିଜିନ-୧୩ର ଗାୟିକା ମନୀଷା କର୍ମକାର ଚିତ୍ତାକର୍ଷକ ପରିବେଷଣ ଉପସ୍ଥିତ କରି ସମସ୍ତ ଦର୍ଶକଙ୍କ ମନ ମୋହିଥିଲା । ଏହି ଶୁଭ ଅବସରରେ ଅନୁଷ୍ଠାନର ତିନୋଟି ଭିନ୍ନ ଭିନ୍ନ ମୁଖପତ୍ର “ ସେଭୋୟର – ଫେୟାର “ ନାମରେ ଉନ୍ମୋଚିତ ହୋଇଥିଲା ଯାହାକି ଛାତ୍ର- ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ମାନସ ମନ୍ଥନର ନିର୍ୟାସ ଭାବେ ପ୍ରକାଶିତ ହୋଇଥିଲା । ବହୁ ପ୍ରତିକ୍ଷିତ ଏହି ବାର୍ଷିକ ଉତ୍ସବ ୟୁଫୋନି ଏକ ନୂତନତାର ସ୍ପର୍ଶ ଦେବା ସହ ବହୁ ଯୁବ ପିଢିଙ୍କ ପାଇଁ ମାର୍ଗ ଦର୍ଶକ ହେବ ବୋଲି ଗୁଞ୍ଜରଣ ସୃଷ୍ଟି ହୁଏ ।

