Img 20251109 wa0172

ବୋନମେରୋ ରୋଗୀ ଙ୍କ ପାଇଁ ନିଜର ପ୍ଲେଟଲେଟ ଦାନ କଲେ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ

ରାଜ୍ୟ
ବାରିପଦା- ବୋନମେରୋ ଚିକିତ୍ସିତ ରୋଗୀ ଙ୍କ ପାଇଁ ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ କଟକ ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କୁ ଯାଇ ନିଜର ପ୍ଲେଟଲେଟ ପ୍ରଦାନ କରିଛନ୍ତି ।
ଏହି ପ୍ଲେଟଲେଟ ଦାନ ସମୟ ରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ଓ ସମାଜ ସେବିକା ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ ଓ ଉତ୍ସାହିତ କରିଥିଲେ ।
ଏସ,ସି,ବି ମେଡିକାଲ ବ୍ଲଡ଼ ବ୍ୟାଙ୍କ ର ଡାକ୍ତର ଡ଼ ନିର୍ମଳା ଦାସ ଙ୍କ ତତ୍ତ୍ଵାବଧାନତା ରେ ପ୍ଲେଟଲେଟ ସଂଗ୍ରହ କରାଯାଇଥିଲା  ।
ଏହା ପୂର୍ବ ରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ କୁମାର ପୋଥାଳ ବାରିପଦା ରୁ ଭୁବନେଶ୍ୱର,  କଟକ କୁ ଯାଇ ଡେଙ୍ଗୁ, କ୍ୟାନ୍ସର ଓ ବୋନମେରୋ ଚିକିତ୍ସିତ ରୋଗୀ ଙ୍କୁ ନିଜର ପ୍ଲେଟଲେଟ ଦାନ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ 22 ଥର ପ୍ଲେଟଲେଟ ଦାନ ସହ ସର୍ବମୋଟ 131 ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟ ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।
Shrutilipi ad