Img 20251109 wa0159

ଦିବ୍ୟାଙ୍ଗ ହେଲେବି ମନବଳ ଆଗରେ ସବୁକିଛି ହାରମାନେ, ରାଜ୍ୟସ୍ତରୀୟ ସୁରଭି ପାଇଁ ଦୁଇ ଦିବ୍ୟାଙ୍ଗ ଛାତ୍ର ମନୋନୀତ

ରାଜ୍ୟ

ବାରିପଦା: ଦିବ୍ୟାଙ୍ଗ ହେଲେବି ମନବଳ ଆଗରେ ସବୁକିଛି ହାରମାନେ l ଏହିଭଳି ଏକ ଉଦାହରଣ ଆଜି ଦେଖିବାକୁ ମିଳିଅଛି ସ୍ଥାନୀୟ ବାରିପଦାର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ I ଦିବ୍ୟାଙ୍ଗ ବିଭାଗରେ ଦାମୋଦର ପୁର କ୍ଲଷ୍ଟରର ବିର୍ସା ମୁଣ୍ଡା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପବିତ୍ର କୁମାର ମୁର୍ମୁ ସଂଗୀତରେ ଏବଂ ବାଙ୍କୀଶୋଳ କ୍ଲଷ୍ଟରର ବାକ ଓ ଶ୍ରବଣ ବାଧିତଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ, ଲଷ୍ମୀପୋଷିର ୯ମ ଶ୍ରେଣୀର ଛାତ୍ର ଆକାଶ ଟୁଡୁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ସେଦୁହେଁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ I ଦାମଦୋରପୁର ସି ଆର ସି ସି ଧନପତି ମିଶ୍ର, ବାଙ୍କିଶୋଳ ସି ଆର ସି ସି ରାଜକିଶୋର ସେଠି, ବିର୍ଷାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତି ରାଣୀ ମୁର୍ମୁ, ଶିକ୍ଷକ ପ୍ରଭାତ କୁମାର ସାହୁ, ବାକ ଓ ଶ୍ରବଣ ବାଧିତ ପିଲାଙ୍କ ସ୍ୱତନ୍ତ ବିଦ୍ୟାଳୟର ଶିକ୍ଷକ ମନବୋଧ ମହାନ୍ତ ଓ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ଦାସ ଏବଂ ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ଏବଂ ବାରିପଦା ବ୍ଲକର ବି ଆର ଟି ଦିଲ୍ଲୀପ କୁମାର ଦାସ ଦୁଇ କୃତୀ ଦିବ୍ୟାଙ୍ଗ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସ୍ତରରେ ସଫଳତା କାମନା କରିଛନ୍ତି l

Shrutilipi ad