Img 20251109 wa0163

ଭଞ୍ଜସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ରକ୍ତଭଣ୍ଡାର ଗୁଡିକରେ ସ୍ରୁଷ୍ଟି ହୋଇଥିବା ରକ୍ତର ଅଭାବ କୁ ଲକ୍ଷ୍ୟରେ ରଖି ରକ୍ତର ଅଭାବ କୁ ଦୂର କରିବା ପାଇଁ ଆଜି ଭଞ୍ଜସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ରକ୍ତଦାନ ଶିବିରରେ ମୋଟ ୧୫୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଅଛି |
ବାରିପଦା ପି.ଆର.ଏମ୍ ,ଉଦଳା ହସ୍ପିଟାଲରେ ମୁଖ୍ୟତଃ ପ୍ରତ୍ୟେକ ଦିନ ରୋଗୀଙ୍କୁ ଆବଶ୍ୟକ ଅନୁଯାୟୀ ତତକ୍ଷଣାତ୍ ରକ୍ତଦାନ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ  ରାଇରଙ୍ଗପୁର ଏବଂ କରଞ୍ଜିଆ  ହସ୍ପିଟାଲ ରେ ମଧ୍ୟ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତଦାନ କରାଯାଇଥାଏ | ଏମିତିକି ପ୍ରତ୍ୟେକ ଦିନ ଭଞ୍ଜସେନା ରକ୍ତ ଭଣ୍ଡାର ଶାଖା ତରଫରୁ ରକ୍ତ ଅଭାବରୁ କେହି ନ ମରନ୍ତୁ ଲଖ୍ୟ ନେଇ  ସଂଗଠନ ପକ୍ଷରୁ ଜିଲ୍ଲାରେ ୨୫ ରୁ ୩୦ ଜଣ ରୋଗୀଙ୍କୁ ରକ୍ତଦାନ କରାଯାଇଥାଏ |
ବାରିପଦା ଷ୍ଟାଡିୟମ ରେ ଆୟୋଜିତ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ କୁ ବାରିପଦା ଉପଜିଲ୍ଲାପାଳ  ଦୟାସିନ୍ଧୁ ପରିଡା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ  ଫିତା କାଟି ଉଦଘାଟନ କରିଥିବାବେଳେ  ସମାଜସେବୀ ଅମରସେଠୀ, ସଂଗଠନ ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ସତ୍ୟ ସ୍ଵରୂପ ଦାଶ,ଉପାଧକ୍ଷ ନିମାଇଁ ତ୍ରିପାଠୀ,ଜିତେନ୍ଦ୍ର ହେମ୍ବ୍ରମ, କନିକା ବୋଷ, ଦକ୍ଷିଣା ମହାନ୍ତ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଜିଲ୍ଲା ଆବାହକ ରାକେଶ ବେହେରା,ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ସନ୍ତୋଷ ଗିରି,ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ,ଜିଲ୍ଲା କର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି,କପ୍ତିପଦା ଉପଖଣ୍ଡ ସଭାପତି ସିପୁନ୍ ପଣ୍ଡା, ବାରିପଦା ସହର ସଭାପତି ରାକେଶ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଯୋତିରଞ୍ଜନ ପୃଷ୍ଟି, ଉପସଭାପତି ଏସ୍.କେ ଫିରୋଜ୍,ମନୋରଞ୍ଜନ୍ ବାରିକ୍, ସଞ୍ଜୟ ମହାନ୍ତ,ସଞ୍ଜୟ ମାହାନ୍ନା,ସୁନିଲ୍ ମହାପାତ୍ର,ପ୍ରଦୀପ୍ ପଣ୍ଡା,ଗୌରାଙ୍ଗ ଘଡେଇ,ପଙ୍କଜ୍ କରନ୍,ଦୀପକ୍ କୁମାର୍ ବେହେରା,ରୁଦ୍ର ପଟ୍ଟନାୟକ,ପଙ୍କଜ୍ ପରିଡା,ଦିବ୍ୟରଞ୍ଜନ ଦାସ୍,ମନୋଜ୍ ମହାନ୍ତି,ଜିତୁ ସିଂ,ଶୁଭମ୍ ସିଂ,ସନାତନ୍ ସାହୁ,ସିଂରାୟ ହେମ୍ବ୍ରମ,ସୁମିତ୍ ମହାନ୍ତ,ମୁକ୍ତିଦତ୍ତ ପରିଡା,ପ୍ରଶାନ୍ତ ମହାକୁଡ୍,ଦୀପେଶ୍ ଅଗ୍ରୱାଲ୍ ଙ୍କ ସହିତ ବହୁ ରକ୍ତ ଦାତା ଓ ଯୁବଛାତ୍ର ଉପସ୍ଥିତ ଥିଲେ ଏବଂ ଆଗାମୀ ଦିନରେ ସଂଗଠନ ପକ୍ଷରୁ ରକ୍ତର ଅଭାବ କୁ ଦୂର କରିବା ପାଇଁ ବିଭିନ୍ନ ବ୍ଲକ ଗୁଡିକରେ ରକ୍ତଦାନ କରାଯିବ ବୋଲି ଜିଲ୍ଲା ସଭାପତି ପିଣ୍ଟୁ ମାଈତି ସୂଚନା ଦେଇଛନ୍ତି |
Shrutilipi ad