ବାରିପଦା- ଦୀର୍ଘ ୪୩ ବର୍ଷ ଧରି ମୟୂରଭଞ୍ଜର ବାରିପଦାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ରଘୁନାଥପୁରସ୍ଥ ସାଇଆଦର୍ଶ ବିଦ୍ୟାମନ୍ଦିର ପରିସରରେ “ପ୍ରତିଶ୍ରୁତି” ପ୍ରତିଷ୍ଠାନର ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ବିଦ୍ୟାମନ୍ଦିରର ସମ୍ପାଦିକା ମୀନାରାଣୀ ସାହୁ ମୁଖ୍ୟ ଅତିଥି, କବି ଓ ସାହିତ୍ୟିକ ତଥା ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା , ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମନ୍ତ୍ରୀ ଓ ଶିକ୍ଷକ ଅଶୋକ କୁମାର ବୁଗୁଡେଇ ସମ୍ମାନିତ ଅତିଥିଭାେ ଯୋଗ ଦେଇଥଲେ । ମୁଖ୍ୟଅତିଥି ଶ୍ରୀମତୀ ସାହୁ କବିଙ୍କ ଜୀବନାଦର୍ଶ ସମ୍ପର୍କରେ ଅଭିବ୍ୟକ୍ତି ପ୍ରକାଶ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଏକ ଦୁର୍ଘ ଅଭିଭାଷଣ ଦେଇ ଉତ୍କଳର ବ୍ୟାସ, ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ ଦେବୀ ସାରଳାଙ୍କ କୃପାଲାଭ କରି କିପରି ସିଦ୍ଧେଶ୍ୱର ପରିଡାରୁ ସାରଳା ଦାସ ହୋଇ ବିରାଟ ଗ୍ରନ୍ଥ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଓ ଲକ୍ଷ୍ମୀନାରାୟଣ ବଚନିକା ଭଳି ଗ୍ରନ୍ଥ ରଚନା କରି ସାହିତ୍ୟ ଇତିହାସରେ ଆଦିକବି ଭାବରେ ସ୍ୱୀକୃତିଲାଭ କରିଥିଲେ ତାହା ବଖାଣି ଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମନ୍ତ୍ରୀ ଓ ଶ୍ରୀଯୁକ୍ତ ବୁଗୁଡେଇ ନିଜ ନିଜ ବକ୍ତବ୍ୟରେ ସାରଳା ଦାସଙ୍କ କବି ପ୍ରତିଭା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଭାପତି ଡା. ଜେନା ତାଙ୍କଅଭିଭାଷଣରେ କହିଥିଲେ କବିତ୍ୱ ଏକ ଈଶ୍ୱର ଦଚା ପ୍ରତିଭା । ଶିକ୍ଷା ସହିତ ତାର ସମ୍ପର୍କ ନାହିଁ । ନ ହେଲେ ତଥା କଥିତ ଶିକ୍ଷା ଲାଭ କରି ନ ଥିବା ସିଦ୍ଧେଶ୍ୱର ପରିଡା ଦେବୀଙ୍କର ଅହୈତୁକି କୃପାରୁ ଆସାଧାରଣ କବିତ୍ୱ ଶକ୍ତି ଲାଭ କରି ଓଡ଼ିଆ ସାହିତ୍ୟକୁ ତାଙ୍କ ରଚନାରେ ସମୃଦ୍ଧ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।
ପ୍ରାରମ୍ଭରେ ଶିକ୍ଷୟିତ୍ରୀ ହରିପ୍ରିୟା ଦାଶ ଅତିଥିମାନଙ୍କୁ ମଚା ଆମନ୍ତ୍ରଣ କରିବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରଧାନଶିକ୍ଷକ କମଳ ଲୋଚନ ସାହୁ ଓ ଶିକ୍ଷକ ସିଦ୍ଧାର୍ଥ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତଚା୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରୀ ସ୍ମୃତିପ୍ରଭା ସାହାଣୀ, ଅଲିଭା ମହାନ୍ତ ଓ ଓମପ୍ରକାଶ ଜେନା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିଲେ । କୃତୀପ୍ରତିଯୋଗୀମାନଙ୍କୁ ପ୍ରତିଶ୍ରୁତି ତରଫରୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଧାନ କରାଯାଇଥିଲା । ପରିଶେଷରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

