ବାରିପଦା: / ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୬ଷ୍ଠ ସନ୍ଧ୍ୟାରେ ଆଧାର ସ୍କୁଲର କୁନିକୁନି ପିଲାଙ୍କ ନୃତ୍ୟ ପରେ ମୟୁରଭଞ୍ଜ ଆର୍ଟ ଫାଉଣ୍ଡେସନର ବାର ମାସରେ ତେର ପର୍ବ ଉପରେ ପର୍ଯ୍ୟବେଷିତ ଲୋକନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ପରେ ପରେ ମୁଦ୍ରାକଳା ଏକାଡେମୀ ଓ ଶାନ୍ତି ଆର୍ଟ ସ୍କୁଲର କଳାକାର ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶେଷରେ ମୟୁରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟସ ଏସୋସିଏସନ ଦ୍ୱାରା ପରିବେଷିତ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ I ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ସୋମନାଥ ସିଂହ, ପ୍ରିତମ ପଣ୍ଡା, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ I ଆସନ୍ତାକାଲି ପ୍ରଥମ କାର୍ଯ୍ୟକ୍ରମ ପରିବେଷଣ କରିବେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ I ପରେ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ହାତରେ ପୁରସ୍କୃତ କରାଯିବ I ଶେଷରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I

