Img 20251107 wa0259

ବାରିପଦା ନାରାୟଣ ସେବା ଟ୍ରଷ୍ଟ ତରଫରୁ ସମାଜସେବା ପାଇଁ ହିମାଂଶୁ ପ୍ରହାରାଜ ସମ୍ମାନିତ

ରାଜ୍ୟ
ବାରିପଦା: ବାରିପଦା ନାରାୟଣ ସେବା ଟ୍ରଷ୍ଟ, ଯାହାକି ଡା. ନିରୋଜ କୁମାର ପୋଥାଳ ଦ୍ୱାରା ସମାଜସେବାର ଲକ୍ଷ୍ୟକୁ କେନ୍ଦ୍ରକରି ପ୍ରତିଷ୍ଠିତ, ଆଜି ପୁନର୍ବାର ତାଙ୍କର ମାନବସେବା ମିଶନକୁ ପ୍ରମାଣିତ କରିବାକୁ ଗ୍ରହଣୀୟ ପଦକ୍ଷେପ ନେଲା। ଏହି ଟ୍ରଷ୍ଟ ପ୍ରତିଦିନ ରକ୍ତଦାନ, ଏମର୍ଜେନ୍ସି ସହଯୋଗ, ଦୁଃଖୀ-ଦରିଦ୍ରଙ୍କୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଆସୁଛି।
ଟ୍ରଷ୍ଟର ସଦସ୍ୟ ହିମାଂଶୁ ଶେଖର ପ୍ରହାରାଜ ଦୀର୍ଘଦିନ ଧରି ନିରନ୍ତର ଭାବରେ ରକ୍ତଦାନ ସଚେତନତା, ରକ୍ତଦାତା ବୃଦ୍ଧି, ଏବଂ ଆବଶ୍ୟକ ସମୟରେ ଜୀବନରକ୍ଷା କାର୍ଯ୍ୟରେ ସକ୍ରିୟ ଭୂମିକା ନେଇ ଆସୁଛନ୍ତି। ଖବର କାଗଜ ଓ ସମାଜିକ ଗଣ ମାଧ୍ୟମରେ ସେ ଯେପରି ନିରନ୍ତର ଭାବରେ ରକ୍ତଦାନ ଅଭିଯାନକୁ ଉତ୍ସାହିତ କରୁଛନ୍ତି, ତାହା ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।
ତାଙ୍କର ଏହି ଶ୍ରଦ୍ଧା, ଅଙ୍ଗୀକାର ଓ ସମାଜସେବାର ଆଦର୍ଶ ପାଇଁ ଆଜି ବାରିପଦା ଉପଜିଲ୍ଲାପାଳ  ନାରାୟଣ ସେବା ଟ୍ରଷ୍ଟ ପକ୍ଷରୁ ହିମାଂଶୁ ପ୍ରହାରାଜଙ୍କୁ *ଜଗନ୍ନାଥ ଫୋଟ*, *ଉତ୍ତରୀୟ* ଓ *ପୁଷ୍ପଗୁଚ୍ଛ* ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି l ପ୍ରତି ଉତ୍ତରରେ ଶ୍ରୀ ପ୍ରହରାଜ ରକ୍ତ ଦାନ ଦେଇ ଅନ୍ୟ ଲୋକଙ୍କ ଜୀବନକୁ ବଞ୍ଚାନ୍ତୁ. ଏହି ସେବା ମନୋଭାବ ଓ ମାନବିକତାର ପଥ ଆଉ ଅଧିକ ଲୋକଙ୍କୁ ପ୍ରେରିତ କରିବ ବୋଲି  କହିଛନ୍ତି ।
Shrutilipi ad