Sfd

ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି

ରାଜ୍ୟ
  • ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର
ବାରିପଦା-  ମୟୁରଭଞ୍ଜ ଜିଲ୍ଲା  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବଡାମତଳିଆ ପାଖରେ ଏକ ବାଇକ୍ କୁ ଧକ୍କା ଦେଇ ଦୃତ ଗତିରେ  ପଳାଇଲା ଅଜଣା ଗାଡ଼ି ।ସୂଚନା ଯୋଗ୍ୟ ଟିକରପଡା ଗ୍ରାମର ଆରତି କିସ୍କୁ, ତାଙ୍କ ଛୁଆ ଏବଂ ସ୍ବାମୀ ବାଇକ ସାହାଯ୍ୟରେ ଯାଉଥିବାବେଳେ ବଡାମତଳିଆ ପାଖରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇ ଖସି ପଳାଇଥିଲା । ଫଳରେ ବାଇକରେ ଥିବା ସମସ୍ତେ  ଛିଟିକିପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ  ।ପରେ ସ୍ଥାନୀୟ‌ ଲୋକ  ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ରାଇରଙ୍ଗପୁର‌  ହସ୍ପିଟାଲକୁ ଅଣାଯାଇଥିଲା ।ଆରତି କିସ୍କୁଙ୍କ ମୁଣ୍ଡ,ଗୋଡ଼,ହାତ,ଛାତି ମାଡ଼ ହେବା ସହ ରକ୍ତାକ୍ତ ହୋଇଇଛନ୍ତି ।ଛୋଟ ଛୁଆ ସକିଲା କିସ୍କୁ ମଧ୍ୟ ଗୁରୁତର‌  ହୋଇଥିବାବେଳେ ସ୍ଵାମୀ ଗାଇ ଚାନ୍ଦ କିସ୍କୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Shrutilipi ad